www.samajalive.in
Wednesday, December 10, 2025
14.1 C
Bhubaneswar

ମୁରବି ବିହୀନ ମଞ୍ଚେଶ୍ୱର ଥାନା

ଉତ୍ତରଭୁବନେଶ୍ୱର: କମିସନରେଟ ପୁଲିସ ଆଇନଶୃଙ୍ଖଳାକୁ ଗୁରୁତ୍ବ ଦେଇ ଆସୁଥିବାବେଳେ କେତେକ ଥାନାରେ ଦୀର୍ଘଦିନ ଧରି ଥାନା ଅଧିକାରୀ ପଦ ଶୂନ୍ୟ ପଡ଼ିଥିବା ବ୍ୟବସ୍ଥାକୁ ଉପହାସ କରୁଥିବା ଅଭିଯୋଗ ହୋଇଛି। କମିସନରେଟ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ ଥାନା ହେଉଛି ମଞ୍ଚେଶ୍ୱର ଥାନା। ଏହି ଅଞ୍ଚଳର ଭୌଗୋଳିକ ସ୍ଥିତି ଓ ଅପରାଧିକ ଭିତ୍ତିଭୂମି ଅନ୍ୟ ଥାନା ଠାରୁ ବେଶ ଆଗରେ। ବିଦାୟୀ ୨୦୨୦ରେ ଚୋରି ଲୁଟ ଏବଂ ଗଣ୍ଡଗୋଳଠାରୁ ଆରମ୍ଭ କରି ଅପରାଧ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମାମଲା ବିଗତ ବର୍ଷକୁ ଟପିଯାଇଛି। ଗତ କିଛି ମାସ ତଳୁ ଏହି ଥାନା ମୁରବି ଶୂନ୍ୟ ହୋଇପଡ଼ିଛି। ଥାନା ଅଧିକାରୀଙ୍କ ବଦଳି ପରେ ନୂତନ ଥାନା ଅଧିକାରୀଙ୍କ ନିଯୁକ୍ତି ଏଠାରେ ହୋଇନାହିଁ ା ଏତିକି ନୁହେଁ ଗତ ଦଶହରା ପୂର୍ବରୁ ଥାନା ଗାଡି ଖରାପ ହୋଇ ଗ୍ୟାରେଜରେ ପଡ଼ିଥିବା ବେଳେ ଗତ ୧୦ ଦିନ ତଳେ ବିଭାଗ ପକ୍ଷରୁ ଏକ ଗାଡି ଯୋଗାଇ ଦିଆଯାଇଥିଲା। ତାହା ମଧ୍ୟ ଏବେ ଖରାପ ହୋଇ ପଡ଼ିଛି। ୭/୮ ମାସ ତଳୁ ଜଣେ ମହିଳା ସବଇନ୍ସପେକ୍ଟର ଛୁଟିରେ ଥିବା ବେଳେ ଗତ ୫ ଦିନ ତଳେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ଦୁର୍ଘଟଣା ଏବଂ ଚୋରି ଲୁଟ ଘଟୁଥିବାବେଳେ ସାଧାରଣ ଲୋକେ ଭୟଭୀତ ହେଉଥିବା ସର୍ବେଶ୍ୱର ମଲ୍ଲିକ, ସତ୍ୟଭାମା ସେଠୀ, କାର୍ତ୍ତିକ ଚନ୍ଦ୍ର ଜେନା, ଅଶୋକ ନାୟକ ପ୍ରମୁଖ କହିଛନ୍ତି। କର୍ମଚାରୀ ଅଭାବରୁ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କୁ ଉପଯୁକ୍ତ ସେବା ମିଳୁନଥିବା ଅଭିଯୋଗ ହେଉଛି। ଖୁବ୍‌ଶୀଘ୍ର ଥାନା ଅଧିକାରୀ ଯୋଗାଇ ଦେବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ଡିସିପି ଡ. ଉମାଶଙ୍କରଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories