www.samajalive.in
Tuesday, December 9, 2025
17.1 C
Bhubaneswar

ବୟସ ଲୁଚାଉଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର: ଆସିଫ୍

କରାଚି: ପାକିସ୍ତାନ କ୍ରିକେଟ୍‌ ଦଳରେ ବର୍ତ୍ତମାନ ରହିଥିବା ଦ୍ରୁତ ବୋଲର ସେମାନଙ୍କ ବୟସ ଲୁଚାଉଥିବା ଅଭିଯୋଗ କରିଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆସିଫ୍‌। ପାକିସ୍ତାନ ଦଳରେ ଥିବା ଦ୍ରୁତ ବୋଲରଙ୍କ ବୟସ ସେମାନଙ୍କ ଜନ୍ମପ୍ରମାଣପତ୍ରରେ ଯାହା ରହିଛି; ବାସ୍ତବରେ ସେମାନେ ଏହାଠାରୁ ୯-୧୦ ବର୍ଷ ବଡ଼ ବୋଲି ଆସିଫ୍‌ କହିଛନ୍ତି।
କିଛିଦିନ ତଳେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୧୦୧ ରନ୍‌ରେ ପରାସ୍ତ ହୋଇଥିଲା। ଏ ସଂପର୍କରେ ୟ୍ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏକ ଭିଡିଓ ପୋଷ୍ଟ କରି ଆସିଫ୍‌ ଦର୍ଶାଇଛନ୍ତି ଯେ ପାକିସ୍ତାନ ଦଳର ଦ୍ରୁତ ବୋଲରମାନେ ନିଜ ବୟସ ଲୁଚାଉଛନ୍ତି। ଯେଉଁମାନେ ନିଜକୁ ୧୭-୧୮ ବର୍ଷ ବୋଲି ଦର୍ଶାଉଛନ୍ତି; ସେମାନଙ୍କ ପ୍ରକୃତ ବୟସ ୨୭-୨୮ ବର୍ଷ। ଫଳରେ ସେମାନେ ଏକ ଟେଷ୍ଟ ମ୍ୟାଚ୍‌ରେ ୨୦-୨୫ ଓଭର ବୋଲିଂ କରିବାରେ ବିଫଳ ହେଉଛନ୍ତି। ବୟସ ଅଧିକ ଥିବାରୁ ସେମାନଙ୍କ ଶରୀରର ନମନୀୟତା କମିଯାଉଛି ଏବଂ ୫-୬ ଓଭର ବୋଲିଂ କରିବା ପରେ ଅଧିକ ବୋଲିଂ କରିବା ସେମାନଙ୍କ ନିମନ୍ତେ କଷ୍ଟକର ହେଉଛି ବୋଲି ଆସିଫ୍‌ କହିଛନ୍ତି। ତେବେ କେଉଁ ବୋଲର ବୟସ ଲୁଚାଇଛନ୍ତି; ସେ ସଂପର୍କରେ ଆସିଫ୍‌ କୌଣସି ସୂଚନା ଦେଇନାହାନ୍ତି। ସୂଚନାଯୋଗ୍ୟ; ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନ ଦଳରେ ଥିବା ଦ୍ରୁତ ବୋଲର ସାହିନ୍‌ ଶାହା ଆଫ୍ରିଦିଙ୍କ ବୟସ ୨୦ ବର୍ଷ ଓ ନସିମ ଶାହାଙ୍କ ବୟସ ୧୭ ବର୍ଷା ଦର୍ଶା ଯାଉଥିବା ବେଳେ ମହମ୍ମଦ ଆବାସଙ୍କ ବୟସ ୩୦ ଓ ଫଇମ୍‌ ଅସ୍ରଫ୍‌ଙ୍କ ବୟସ ୨୬ ବର୍ଷ ଉଲ୍ଲେଖ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories