www.samajalive.in
Monday, December 8, 2025
27.1 C
Bhubaneswar

ଏକାମ୍ରକ୍ଷେତ୍ରରେ ନାମ ଫଳକରେ କଟକଣା; ଓଡ଼ିଆ ଭାଷା ବାଧ୍ୟତାମୂଳକ, ସବୁଠି ସମାନପ୍ରକାର ନାମଫଳକ

ଭୁବନେଶ୍ବର: ନୂଆରୂପ ନେଉଛି ଏକାମ୍ର କ୍ଷେତ୍ର। ଐତିହ୍ୟ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟ ଜାରି ରହିଛି। ରାସ୍ତା ସମ୍ପ୍ରସାରଣ, ସୌନ୍ଦର୍ଯ୍ୟକରଣ, ମନ୍ଦିର, ପୋଖରୀ, ଜଳାଶୟ ପୁନରୁଦ୍ଧାର କାର୍ଯ୍ୟ ସହିତ ଦୋକାନ-ବଜାର ଚାରିଆଡ଼େ ସମାନ ପ୍ରକାର ନାମଫଳକ କରିବାକୁ ନିୟମ ହୋଇଛି। ଏ ସମ୍ପର୍କରେ ଦୋକାନୀ, ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ଏବଂ ଗୃହକର୍ତ୍ତାଙ୍କୁ ବିଏମ୍‌ସି, ବିଡିଏ ଏବଂ ସ୍ମାର୍ଟ ସିଟି ପକ୍ଷରୁ ସଚେତନ କରାଯାଇଛି। ଏକାମ୍ର କ୍ଷେତ୍ରରେ ମନୋମୁଖୀ ବିଜ୍ଞାପନ ଫଳକ ଆଉ ଲାଗିବନି। ପୂର୍ବ ହୋର୍ଡିଂ ହଟିବ। ବିଡିଏ ଏକମାସ ମଧ୍ୟ‌େର ସମାନ ପ୍ରକାର ନାମ ଫଳକ ଲଗାଇବାକୁ ବ୍ୟବସାୟୀଙ୍କୁ ନିର୍ଦେଶ ଦିଆଯାଇଛି େବାଲି ବିଏମସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମାଉସୀମା ଛକଠାରୁ ବଢ଼େଇ ବାଙ୍କ ଛକ(ରଥ ରୋଡ୍‌) ଉଭୟ ପାର୍ଶ୍ବରେ ରହିଥିବା ଦୋକାନଗୃହ ମାଲିକ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ମାଲିକ ସେମାନଙ୍କର ପୂର୍ବ ବିଜ୍ଞାପନ ଫଳକ ପରିବର୍ତ୍ତନ କରି ସମାନ ପ୍ରକାର ନାମ ଫଳକ ଲଗାଇବାକୁ ନିର୍ଦେଶ ଦିଆଯାଇଛି। କୌଣସି ବିଜ୍ଞାପନ ଫଳକ ପାରମ୍ପରିକ ଭାବେ କରାଯାଇଥିବ‌ା ଇଟା, ମାଙ୍କଡା ପଥର, ସାହାଣା ପଥର, ଟେରାକୋଟା ଏବଂ ଟାଇଲ ପ୍ରଭୃତି କାନ୍ଥରେ ରଙ୍ଗ ସାହାଯ୍ୟରେ ଚିତ୍ରିତ ହୋଇପାରିବ ନାହିଁ। ଐତିହ୍ୟ କ୍ଷେତ୍ର ମଧ୍ୟରେ କାନ୍ଥ ଉପରେ ରଙ୍ଗ ଲଗାଇ ବିଜ୍ଞାପନ କରିବାକୁ ନିଷିଦ୍ଧ କରାଯାଇଛି।

- Advertisement -

ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ (ସଂଶୋଧିତ) ନିୟମ-୨୦୧୮ ଅନୁସାରେ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ଲେଖା ହେବା ସହ ଠିକଣା ଏବଂ ସେବା ସମ୍ପର୍କରେ ଓଡ଼ିଆରେ ସୂଚିତ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି।
ବିଜ୍ଞାପନ ଫଳକର ଉଚ୍ଚତା ୬୦ଏମ୍‌ଏମ୍‌ ରହିବ। ଉକ୍ତ ସ୍ଥାନର ଉପଲପବ୍ଧ ଜାଗା ଅନୁସାରେ ଲମ୍ବ ପ୍ରସ୍ଥ ହେବ। ତେବେ ଗୋଟିଏ କୋଠାରେ ଏକାଧିକ ଦୋକାନ ଥିଲେ ସମାନ ଅନ୍ତରାଳ ରଖି ଫଳକର ପ୍ରସ୍ଥ ଏବଂ ସ୍ଥାପନା ଶୈଳୀ କରାଯିବ। ପାର୍ଶ୍ବ ବା ଧାଡି ତ୍ରିରଥ ଶୈଳୀରେ ହେବ ବୋଲି ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମ ଫଳକ ଭିତରେ ବତି ଜଳାଇ ଆଲୋକିତ କରିବାକୁ ବାରଣ କରାଯାଇଛି। ହେ‌ଲେ ବାହାର ପାର୍ଶ୍ବରୁ ଆଲୋକିତ କରାଯାଇ ପାରିବ। ଗ୍ରାଫିକ୍‌ ବା ଲୋଗୋଗୁଡ଼ିକ ୧୦୦ରୁ ୨୦୦ମିମି ମଧ୍ୟରେ ରହିବ। ତେବେ ମୂଳଲେଖା ତୁଳନାରେ ସହାୟକ ଲେଖାର ଉଚ୍ଚତା ୭୫ରୁ ୯୦ ମିମି ହେବ। ପ୍ରତ୍ୟେକ ଦୋକାନର ନାମ ଫଳକର ପୃଷ୍ଠ ଈଷତ୍‌ ଧଳା ‌ହେବ। ପାର୍ଶ୍ବ ବା ଧାଡ଼ି ଏବଂ ଅକ୍ଷର ନାଲିମାଟି ବା ଗେରୁଆ ରଙ୍ଗ ହେବ। ତେବେ ଲୋଗୋରେ ରଙ୍ଗ କଟକଣା ନାହିଁ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories