www.samajalive.in
Monday, December 8, 2025
24.1 C
Bhubaneswar

ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ମାମଲା, ଶେଷରେ ଜେଲ ଗଲେ ମେଜର

ଭୁବନେଶ୍ବର: ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୂର୍ବରୁ ଅକ୍ଟୋବର ୮ ତାରିଖରେ ଗିରଫ ହୋଇଥିବା ଆର୍ମି ମେଜର ସୌମ୍ୟ ରଞ୍ଜନ ପତିକୁ ଶେଷରେ ଝାରପଡ଼ା ଜେଲ ଯିବାକୁ ପଡ଼ିଛି। ଗତ ୨ ମାସ ହେବ ସୌମ୍ୟ ଜେଲ ନ ଯିବା ନିମନ୍ତେ ଜିଲ୍ଲା ଜଜଙ୍କ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆବେଦନ କରିଥିଲେ। ତେବେ ସବୁଠି କୋର୍ଟ ତାଙ୍କୁ ତଳ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ମେଜର ଜିଲ୍ଲା ଜଜଙ୍କ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ବଦଳରେ ଝାରପଡ଼ା ଜେଲକୁ ବିଚାରପତି ପଠାଇ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ପତ୍ନୀ ତେଜସ୍ମିତା ମହାପାତ୍ରଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଥିବା ନେଇ ୧୭ ସିଖଲାଇ ଦିଲ୍ଲୀ ରେଜିମେଣ୍ଟର ମେଜର ଥିବା ସୌମ୍ୟଙ୍କ ନାମରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ମହିଳା ଥାନା ପୋଲିସ ସୌମ୍ୟଙ୍କୁ ଗତ ଅକ୍ଟୋବର ୮ ତାରିଖରେ ଗିରଫ କରି ଏସଡିଜେଏମଙ୍କ କୋର୍ଟରେ ହାଜର କରିଥିଲା। ତେବେ ସେହି ସମୟରେ କୋର୍ଟ ମେଜରଙ୍କୁ ଆର୍ମି ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ବାରା ତାଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ଦର୍ଶାଇ ପତ୍ନୀ ତେଜସ୍ମିତା ଜିଲ୍ଲା ଜଜଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଗତ ନଭେମ୍ବର ମାସରେ ମେଜରଙ୍କୁ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମେଜର ସୌମ୍ୟ ଏହାକୁ ଚାଲେଞ୍ଚ କରି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସୁପ୍ରିମକୋର୍ଟ ମଧ୍ୟ ସୌମ୍ୟଙ୍କୁ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ଶେଷରେ ମେଜର ସୌମ୍ୟ ଶନିବାର ଜିଲ୍ଲା ଜଜଙ୍କ କୋର୍ଟରେ ହାଜର ହେବା ପରେ ବିଚାରପତି ତାଙ୍କ ଜାମିନ ଖାରଜ କରି ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories