ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ୧୮ଜଣିଆ ପ୍ରାର୍ଥୀତାଲିକା

0

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପାଇଁ ରବିବାର ବିଜେପି ୧୮ଜଣିଆ ପ୍ରାର୍ଥୀତାଲିକା ଘୋଷଣା କରିଛି। ତାଲିକାରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ, ଉଦ୍ୟୋଗପତି ରାଜୀବ ଚନ୍ଦ୍ରଶେଖର, ବିଜେପି ସାଧାରଣ ସମ୍ପାଦକ ଅନିଲ ଜୈନ ଓ ସରୋଜ ପାଣ୍ଡେ, ମୁଖପାତ୍ର ଅନିଲ ବାଲୁନି ଏବଂ ଜିଭିଏଲ୍‌ ନରସିଂହ ରାଓ। ସୋମବାର ଏମାନେ ମନୋନୟନ ପତ୍ର ଦାଖଲ କରିବେ। ୨୩ରେ ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ୧୦ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଏହା ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ।

Leave A Reply