www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀରେ ୧୫ ବର୍ଷର ରେକର୍ଡ଼ ଭାଙ୍ଗିଲା ଥଣ୍ଡା; ନୂଆବର୍ଷରେ ୧.୧ ଡ଼ିଗ୍ରୀକୁ ଖସିଲା ପାରଦ

ନୂଆଦିଲ୍ଲୀ: ୨୦୨୧ ନୂଆବର୍ଷର ପ୍ରଥମ ଦିନରେ ୧୫ ବର୍ଷର ରେକର୍ଡ଼ ଭାଙ୍ଗିଛି ଦିଲ୍ଲୀର ଥଣ୍ଡା । ଆଜି ସକାଳେ ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୧.୧ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଗତ ୧୫ ବର୍ଷ ମଧ୍ୟରେ ୨୦୨୧ ଜାନୁଆରୀ ୧ ଦିଲ୍ଲୀ ପାଇଁ ସବୁଠୁ ଶୀତଳତମ ଦିନ ଭାବରେ ପରିଣଗଣିତ ହୋଇଛି ।  ବର୍ଷର ପ୍ରଥମ ଦିନ ଘନ କୁହୁଡ଼ି ଏବଂ ଥଣ୍ଡା ଚାଦର ଦିଲ୍ଲୀକୁ ଘୋଡ଼ାଇ ରଖିଛି ।
ଏହାପୂର୍ବରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୦.୨ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିଲା । ସେହିପରି ଗତବର୍ଷ ଜାନୁଆରୀରେ ସର୍ବନିମ୍ନ ତାପମାତ୍ରା ୨.୪ ଡ଼ିଗ୍ରୀ ରହିଥିଲା ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବଙ୍କ ସୂଚନା ଅନୁସାରେ ସକାଳ ୬ଟାରେ ସଫଦରଜଙ୍ଗ ଓ ପାଲାମ ଅଞ୍ଚଳରେ ଘନ କୁହୁଡ଼ି ରେକର୍ଡ଼ କରାଯାଇଛି । ଏଥିରେ ଦୃଶ୍ୟମାନତା ‘ଶୂନ’କୁ ହ୍ରାସ ପାଇଥିଲା । ଅବଶ୍ୟ ଆସନ୍ତାକାଲିଠାରୁ ପଶ୍ଚିମ ଭାରତରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଜାନୁଆରୀ ୫ ତାରିଖ ସୁଦ୍ଧା ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

- Advertisement -

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଅତ୍ୟଧିକ ଘନ କୁହୁଡ଼ି ହେଲେ ଦୃଶ୍ୟମାନତା ଶୂନରୁ ୫୦ ମିଟର ପର୍ଯ୍ୟନ୍ତ ରହିଥାଏ । ଘନ କୁହୁଡ଼ି କ୍ଷେତ୍ରରେ ଏହା ୫୧ ମିଟରରୁ ୨୦୦ ମିଟର ଓ ମଧ୍ୟମ କୁହୁଡ଼ିରେ ଦୃଶ୍ୟମାନତା ୨୦୧ରୁ ୫୦୦ ମିଟର ପର୍ଯ୍ୟନ୍ତ ରହିଥାଏ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories