www.samajalive.in
Tuesday, December 9, 2025
16.1 C
Bhubaneswar

କୋଭିଡ-୧୯ ଟିକା ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ପରିମାଣ ସୀମା ଉଛେଦ କଲେ ସରକାର

କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି କୋଭିଡ-୧୯ ଟୀକାର ଦ୍ରୁତ ବଣ୍ଟନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପରିମାଣ ସୀମା ଉଛେଦ କରିଛନ୍ତି। ଏକ୍ସପ୍ରେସ କାର୍ଗୋ କ୍ଲିୟରାନ୍ସ ସିଷ୍ଟମ କାର୍ଯ୍ୟ କରୁଥିବା ସ୍ଥାନରେ କୋରିଅର ମାଧ୍ୟମରେ କୋଭିଡ-୧୯ ଟିକା ଆମଦାନୀ / ରପ୍ତାନିକୁ ସୁଗମ କରିବା ପାଇଁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ ଏହି ନିୟମରେ ସଂଶୋଧନ କରିଛି। ଏହି ସଂଶୋଧନ ଫଳରେ ଏନି ଭାରତରୁ ଅନ୍ୟ ଦେଶକୁ ରପ୍ତାନି ହେବାକୁ ଥିବା ଟିକା ଓ ବାହାର ଦେଶରୁ ଦେଶ ମଧ୍ୟକୁ ଆମଦାନୀ ହେବାକୁ ଥିବା ଟିକା କ୍ଷେତ୍ରରେ ପରିମାଣ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ।

କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ ଜାରି କରିଥିବା ସୂଚନା ଅନୁଯାୟୀ, କରୋନା ମହାମାରୀ ସାରା ବିଶ୍ୱରେ ପ୍ରଶାସନ ପାଇଁ ସୀମାଶୁଳ୍କ ସମ୍ବନ୍ଧୀୟ ପ୍ରତିବନ୍ଧକ ସୃଷ୍ଟି କରିଛି ଯାହା କୋଭିଡ-୧୯ ଟିକା ପରିବହନ ଓ ବିତରଣ କ୍ଷେତ୍ରରେ ଏକ ଆହ୍ୱାନ ପାଲଟିଛି। ବିଶେଷ କରି ଟିକାଗୁଡିକ ନିୟନ୍ତ୍ରିତ ତାପମାତ୍ରାରେ ସଂରକ୍ଷଣ ଏବଂ ପରିବହନ କରାଯିବା ଆବଶ୍ୟକ ହୋଇପଡିଛି କାରଣ ଏହି ପ୍ରକ୍ରିୟା ସହ ଏକାଧିକ ଭାଗିଦାରୀ ଜଡିତ ଅଛନ୍ତି।

- Advertisement -

ଏହି ନିୟମରେ ଆହୁରି କୁହାଯାଇଛି ଯେ ଯେହେତୁ ଆବଶ୍ୟକୀୟ ତାପମାତ୍ରା ନିରୀକ୍ଷଣ ଏବଂ ଟ୍ରାକିଂ ଉପକରଣ ସହିତ ନିର୍ଦ୍ଧିଷ୍ଟ କଣ୍ଟେନରରେ ଏହି ଟିକା ଆମଦାନୀ ହେବ, ତେଣୁ ସ୍ଥାୟୀ ପାତ୍ରର ରପ୍ତାନି ମଧ୍ୟ ଅନୁମତି ଦିଆଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories