www.samajalive.in
Monday, December 8, 2025
24.1 C
Bhubaneswar

ଜାତିସଂଘ ସୁରକ୍ଷା ପରିଷଦରେ ଆଜିଠାରୁ ଅସ୍ଥାୟୀ ସଦସ୍ୟ ଭାବେ ଯୋଗଦେବେ ଭାରତ

ୱାଶିଂଟନ : ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ଭାରତ କହିଛି ଯେ ଅସ୍ଥାୟୀ ସଦସ୍ୟ ଭାବରେ କାର୍ୟ୍ୟ କରିବା ସମୟରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତିଙ୍କ ଭାରତର ସ୍ଥାୟୀ ପ୍ରତିନିଧୀ ଭାବେ କହିଛନ୍ତି ଯେ ବହୁପକ୍ଷୀୟବାଦ ଉପରେ ମଧ୍ୟ ଭାରତ ଗୁରୁତ୍ୱ ଦେବ।
ସୂଚନାଯୋଗ୍ୟ, ଜାନୁଆରୀ ୧ ରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦେବ । ୟୁଏନଏସସି ରେ ୫ ସ୍ଥାୟୀ ସଦସ୍ୟ ଏବଂ ୧୦ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଅସ୍ଥାୟୀ ସଦସ୍ୟ ଭାବରେ ଅଷ୍ଟମ ଥର ପାଇଁ ୟୁଏନଏସସିରେ ଭାରତ ସ୍ଥାନ ପାଇଛି।

ତିରୁମୂର୍ତ୍ତି କହିଛନ୍ତି, ସର୍ବ ବୃହତ ଗଣତନ୍ତ୍ର ଭାବେ ଆମେ ଗଣତନ୍ତ୍ର, ମାନବିକ ଅଧିକାର ଏବଂ ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବୁ।  ସେ କହିଛନ୍ତି, ସମନ୍ୱିତ କାର୍ଯଢାଞ୍ଚାରେ ଆମେ ବିବିଧତାକୁ କିପରି ପ୍ରୋତ୍ସାହିତ କରିପାରିବା ତାହା ଭାରତର ବାର୍ତ୍ତା ହେବ ଯାହା ମିଳିତ ଜାତିସଂଘରେ ଅନେକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି।

- Advertisement -

ଭାରତ ନିଶ୍ଚିତ ଭାବେ ସୁରକ୍ଷା ପରିଷଦରେ ଅଧିକ ସହଯୋଗର ଆବଶ୍ୟକତା ସୂଚିତ କରିବ ବୋଲି ତିରୁମୂର୍ତ୍ତି କହିଛନ୍ତି । ସେ କହିଛନ୍ତି ଯେ ଏହା ଏପରି ଏକ ସ୍ଥାନ ହେବା ଉଚିତ ନୁହେଁ ଯେଉଁଠାରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କୌଣସି ଅବରୋଧ ବିନା ଜରୁରୀ ଆବଶ୍ୟକତାର ସଠିକ୍ ଭାବରେ ସମାଧାନ ହୋଇପାରିବ ନାହିଁ।

ଭାରତ ବ୍ୟତୀତ ନରୱେ, କେନିଆ, ଆୟର୍ଲାଣ୍ଡ ଏବଂ ମେକ୍ସିକୋ ଆଜିଠାରୁ  ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦେଉଛନ୍ତି। ଏମାନଙ୍କ ବ୍ୟତୀତ ଇଷ୍ଟୋନିଆ, ନାଇଜର, ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ, ଟ୍ୟୁନିସିଆ ଏବଂ ଭିଏତନାମ ୟୁଏନସିର ଅସ୍ଥାୟୀ ସଦସ୍ୟ ଅଟନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories