www.samajalive.in
Monday, December 8, 2025
24.1 C
Bhubaneswar

ନବବର୍ଷ ୨୦୨୧ : ଆପଣାନ୍ତୁ କିଛି ବିଶେଷ ଉପାୟ

ପାଦ ଥାପି ସାରିଛି ନବବର୍ଷ ୨୦୨୧। ଯେପରି ସକାଳର ଶୁଭାରମ୍ଭ ଉତ୍ତର ହେଲେ ସାରା ଦିନଟି ଭଲରେ ଅତିବାହିତ ହୋଇଥାଏ। ଠିକ ସେଭଳି ବର୍ଷର ପ୍ରଥମ ଦିନ ଭଲରେ ବିତିଲେ ସାରା ବର୍ଷରେ ଭଲରେ ବିତିଥାଏ ବୋଲି ବିଶ୍ୱାସ କରାଯାଏ। ଅଧିକାଂଶ ଲୋକେ ବର୍ଷର ପ୍ରଥନ ଦିନ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାପାଠ କରନ୍ତି। ବର୍ଷର ଆରମ୍ଭ କିଛି ବିଶେଷ ଉପାୟ କରିବା ଦ୍ୱାରା ଶୁଭଫଳ ମିଳିଥାଏ। ଜାଣନ୍ତୁ….
ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଗୁଡ ଓ ସିନ୍ଦୂର ମିଶାଇ ଅର୍ପଣ କରନ୍ତୁ। ଏହା ଆପଣଙ୍କୁ କର୍ମକ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଭଗବାନଙ୍କୁ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରନ୍ତୁ।
ଘରେ ଯେପରି ପର୍ଯ୍ୟାପ୍ତ ପରିମାଣରେ ସୂର୍ଯ୍ୟାଲୋକ ପଡିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଫୁଲରେ ଖୁବ ସଜାନ୍ତୁ। ଏହାଦ୍ୱାରା ଘରେ ଧନସମ୍ପତ୍ତି ବୃଦ୍ଧି ପାଇଥାଏ।
ବର୍ଷର ଆରମ୍ଭ କୌଣସି ଅସହାୟଙ୍କୁ ବସ୍ତ୍ର ଓ ୫ କେଜି ଗହମ ଦାନ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।
ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ତମ୍ବା ଲୋଟାରେ ଜଳ ଭର୍ତ୍ତି କରି ସେଥିରେ କେସର ପକାଇ , ସେହି ଜଳକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଓଁ ମହାଦେବାୟ ମନ୍ତ୍ରର ୧୦୮ ଥର ଜପ କରନ୍ତୁ।
ଗାଈଙ୍କୁ ସବୁଜ ଘାସ ଖୁଆନ୍ତୁ। ରୁଟି ମଧ୍ୟ ଦେଇପାରିବେ।
ଗୃହର ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ତେଣୁ ଏହିଦିନ ସେମାନେ କେଉଁ ପୋଷାକ ପିନ୍ଧନ୍ତି, ତାହାର ପ୍ରଭାବ ମଧ୍ୟ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଏହିଦିନ ମହିଳାଙ୍କୁ ଲାଲ ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଏହାଦ୍ୱାରା ଘରେ ବର୍ଷସାରା ସମ୍ପନ୍ନତା ଭରି ରହିଥାଏ।
ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ପ୍ରଭୁ ଶିବଶଙ୍କର ଓ ମା’ ପାର୍ବତୀଙ୍କ ଆରଧାନା କରନ୍ତୁ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories