www.samajalive.in
Wednesday, December 10, 2025
18.1 C
Bhubaneswar

ଫାଇଜର କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ‘ହୁ’ର ଅନୁମୋଦନ

ୱାଶିଂଟନ : ବୈଶ୍ବିକ ମହାମାରୀ କରୋନା ଭୂତାଣୁର ବୃଦ୍ଧି ପାଉଥିବା ସଂକ୍ରମଣ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଫାଇଜର ଏବଂ ବାଇନୋଟେକର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଥମ ଥର ପାଇଁ କୌଣସି ଏକ ଟିକାକୁ ମାନ୍ୟତା ଦେଇଛି । ଏହା ସହିତ ବିଶ୍ୱର ବିଭିନ୍ନ ଦେଶରେ ଫାଇଜରର କରୋନା ଟୀକା ବ୍ୟବହାର ପାଇଁ ପଥ ପରିସ୍କାର ହୋଇଛି । ଅନ୍ୟ ପକ୍ଷରେ ଭାରତ କରୋନା ଭୂତାଣୁ ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଭାରତ ମଧ୍ୟ ଆଜି ଏକ ବଡ ନିଷ୍ପତ୍ତି ନେବ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଏହାର ବିବୃତ୍ତିରେ କହିଛି ଯେ କରୋନା ମହାମାରୀ ପରେ ଜରୁରୀକାଳୀନ ବ୍ୟବହାର କରିବାକୁ ସଂଗଠନ ଅନୁମତି ଦେଇଥିବା ଫାଇଜର-ବାୟୋଟେକ୍ ଟିକା ହେଉଛି ପ୍ରଥମ ଟିକା। ‘ହୁ’ର ସହକାରୀ ନିର୍ଦ୍ଦେଶକ ମାରିଆଙ୍ଗେଲା ସିମାଓ କହିଛନ୍ତି ଯେ କରୋନା ଭୂତାଣୁ ଟୀକାକରଣର ବିଶ୍ବ ସ୍ତରରେ ପହଞ୍ଚିବା ନିଶ୍ଚିତ କରିବା ଦିଗରେ ଏହା ଏକ ସକରାତ୍ମକ ପଦକ୍ଷେପ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ସମ୍ପୂର୍ଣ୍ଣ ଏବଂ ବିସ୍ତୃତ ଗବେଷଣା କରିବା ପରେ କରୋନା ଟିକାକୁ ଅନୁମୋଦନ ଦେବ। ଫାଇଜର ଟିକା ପାଇଁ ‘ହୁ’ ସବୁଜ ସଙ୍କେତ ଦେବା ଅର୍ଥ ହେଉଛି ବର୍ତ୍ତମାନ ଗରିବ ଦେଶଗୁଡିକୁ ଶୀଘ୍ର ୟୁରୋପ ଏବଂ ଉତ୍ତର ଆମେରିକାରେ ପୂର୍ବରୁ ଉପଲବ୍ଧ କରୋନା ଟିକା ମିଳି ପାରିବ। ପ୍ରତ୍ୟେକ ଦେଶରେ ନିଜସ୍ୱ ଔଷଧ ନିୟାମକ ସଂସ୍ଥା ଅଛି, ଯାହା କୌଣସି ପ୍ରକାର କରୋନା ଟିକା ପାଇଁ ଅନୁମୋଦନ ଦେବା ପରେ ହିଁ ଏହାକୁ ବ୍ୟବହାର କରାଯିବ। କିନ୍ତୁ କେତେକ ଦୁର୍ବଳ ତଥା ଗରିବ ଦେଶ ସାଧାରଣତଃ ଟିକା ପରୀକ୍ଷା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ନିର୍ଭର କରନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories