www.samajalive.in
Tuesday, December 9, 2025
16.1 C
Bhubaneswar

କିସ୍‍-ମୟୂରଭଞ୍ଜରେ ହେବ ଫୁଟ୍‍ବଲ୍‍ ଏକାଡେମୀ: ଗିରିଶ ମୁର୍ମୁ

ଭୁବନେଶ୍ୱର: ଭାରତର ମୁଖ୍ୟ ମହାଲେଖାକାର ଓ ମହାସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ ସପତ୍ନୀକ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ। ଶ୍ରୀ ମୁର୍ମୁ ଓ ତାଙ୍କ ପତ୍ନୀ ସ୍ମିତା ଶୁଳ୍କା ମୁର୍ମୁ କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍‍ ବୁ୍‍ଲି ଦେଖିବା ସହ କିସ୍‍ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ଏହି ଅବସରରେ କିସ୍‍-ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ୍‍ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ମୁର୍ମୁ କହିଥିଲେ। କୋଭିଡ୍‍ କଟକଣା ମଧ୍ୟରେ କିସ୍‍ରେ ଆୟୋଜିତ ଏକ ସଂକ୍ଷିପ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ଶ୍ରୀ ମୁର୍ମୁଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହିଥିଲେ। କିସ୍‍-ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟ୍‍ବଲ୍‍ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ମୁର୍ମୁଙ୍କୁ ଅନୁରୋଧ କରିଥିଲେ। ଏହା ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ତଥା ଓଡ଼ିଶାର ବହୁ ପ୍ରତିଭାବାନ ଫୁଟବଲ୍‍ ଖେଳାଳି ଉପକୃତ ହୋଇପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ କିସ୍‍-ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ୍‍ ଏକାଡେମୀ ପ୍ରତିଷ୍ଠା ଦିଗରେ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ମୁର୍ମୁ ପ୍ରତିଶ୍ରୁତି ଦେଇଥିଲେ।

 

- Advertisement -

କାର୍ଯ୍ୟକ୍ରମରେ ଶ୍ରୀମତୀ ମୁର୍ମୁ କହିଲେ କିସ୍‍ ବିଶ୍ୱର ଏକମାତ୍ର ଅନୁଷ୍ଠାନ ଯେଉଁଠାରେ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ରଖି ସେମାନଙ୍କୁ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା ଆଦି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଯତ୍ନ ନିଆଯାଉଛି। ଏହା ସହଜ କାର୍ଯ୍ୟ ନୁହେଁ। ଅଚ୍ୟୁତ ସାମନ୍ତ ଉତ୍ସର୍ଗୀକୃତ ଭାବେ ଜୀବନବ୍ୟାପୀ ଜନଜାତି ପିଲାଙ୍କ ଉନ୍ନତି ପାଇଁ ଯେତେ ସବୁ କାମ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ମୁର୍ମୁ ଓ ଶ୍ରୀମତୀ ମୁର୍ମୁ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟ ଲେଖାକାର ବିଭୂଦତ୍ତ ବସନ୍ତିଆ, କିସ୍‍ ବିଶ୍ୱବିଦ୍ୟାଳର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories