www.samajalive.in
Thursday, December 11, 2025
16.1 C
Bhubaneswar

ବର୍ଷର ଶେଷ ଦିନରେ କନ୍ଧମାଳରେ ପର୍ଯ୍ୟଟକଙ୍କ ସମାଗମ

ଫୁଲବାଣୀ : ନୂତନ ବର୍ଷର ଆଗମନୀ ଉପଲକ୍ଷେ ବର୍ଷର ଶେଷ ଦିନରେ ଆଜି କନ୍ଧମାଳ ଜିଲାର ଫୁଲବାଣୀ ସମେତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ବହୁ ପର୍ଯ୍ୟଟନ ସ୍ଥଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଉପରେ ରୋକ୍‍ ଲଗାଯାଇଥିଲେ ମଧ୍ୟ ଜିଲାର ଅନ୍ୟ କେତେକ ପର୍ଯ୍ୟଟନ ସ୍ଥାନକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ମଧ୍ୟ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦାରିଙ୍ଗବାଡ଼ି। ଗୁରୁବାରଠାରୁ ବହୁ ପର୍ଯ୍ୟଟକ ଆସିବା ଆରମ୍ଭ କରିଦେଇଛନ୍ତି। ଦାରିଙ୍ଗବାଡ଼ି ଅଂଚଳରେ ପ୍ରବଳ ଶୀତ ହେଉଥିବା ବେଳେ ଜାଡ଼ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ସେହ ଶୀତର ମଜା ନେବାପାଇଁ ପର୍ଯ୍ୟଟକମାନେ ଆସିଛନ୍ତି। ବର୍ଷର ଶେଷ ଦିନରେ ଶୀତର ମଜାନେବା ସହିତ ଜିରୋନାଇଟ ପାଳନ କରିବା ପାଇଁ ହଜାରହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ଭ୍ରମଣରେ ଆସିଛନ୍ତି।

ଆଜି ବର୍ଷର ଶେଷ ଦିନ ହୋଇଥିବାରୁ ଓଡ଼ିଶାର କାଶ୍ମୀରରେ ରାଜ୍ୟର ଅନେକ ସ୍ଥାନରୁ ବନ୍ଧୁବାନ୍ଧବମାନେ ବର୍ଷର ଶେଷ ଦିନରେ ଏକାଠି ହୋଇ ଦାରିଙ୍ଗବାଡ଼ି ଆସି ଖୁସି ମନାଇଥିଲେ। ବର୍ଷର ଶେଷ ଦିନରେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲାବେଳେ ଜିରୋନାଇଟ ପାଳନ କରିବାକୁ ଦାରିଙ୍ଗବାଡ଼ିକୁ ଆସିଥିବା ପର୍ଯ୍ୟଟକମାନେ ରାଜ୍ୟରେ ଗୁରବାର ରାତି ୧୦ଟାରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ନିର୍ଦ୍ଦେଶ ସରକାର ଜାରି କରିବାରୁ ସେମାନଙ୍କ ଜିରୋନାଇଟ ପାଳନ ଆଶାରେ ହିଁ ରହିଗଲା ବୋଲି ଭୁବନେଶ୍ୱର, କଟକ, ହାଇଦ୍ରାବାଦ, ବାଙ୍ଗାଲୋର ଭଳି କେତେକ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକମାନେ ପ୍ରକାଶ କରିବା ସହିତ ରାଜ୍ୟ ସରକାଙ୍କ ନିର୍ଦ୍ଦେଶକୁ ମାନି ଚଳିବେ ବୋଲି ପ୍ରକାଶ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories