www.samajalive.in
Saturday, December 13, 2025
21.1 C
Bhubaneswar

୨୦୨୦ରେ ମହାକାଶର ୪ ସବୁଠୁ ସୁନ୍ଦର ଫଟୋ ଜାରି କଲା ନାସା; ସାଧାରଣ ଲୋକଙ୍କୁ ପଚାରିଲା ସବୁଠୁ ସୁନ୍ଦର କିଏ ?

ନାସା: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ୨୦୨୦ରେ ମହାକାଶରେ ନିଆଯାଇଥିବା ୪ଟି ସୁନ୍ଦର ଫଟୋ ନିଜ ସରକାରୀ ଟ୍ବିଟର ହ୍ୟାଣ୍ଡଲରେ ପ୍ରକାଶ କରିଛି ।

- Advertisement -

ଯେହେତୁ ବର୍ଷ ଶେଷ ହେବାକୁ ଯାଉଛି ଏହା ମଧ୍ୟରୁ କେଉଁ ଫଟୋଟି ଶ୍ରେଷ୍ଠ ସେ ସମ୍ପର୍କରେ ସାଧାରଣ ଲୋକଙ୍କ ମତାମତ ଆହ୍ବାନ କରିଛି । ନାସା ପକ୍ଷରୁ କୁହାଯାଇଛି ଯେ ଏଥିରୁ ଆପଣ ଆପଣଙ୍କର ଶ୍ରେଷ୍ଠ ଫଟୋ ବାଛନ୍ତୁ ଓ ନିମ୍ନରେ ଭୋଟ କରନ୍ତୁ ।

୨୦୨୦ରେ ସର୍ବାଧିକ ଗ୍ରହଣୀୟତା ଆଧାରରେ ଏହି ଛବିଗୁଡ଼ିକୁ ବଛା ଯାଇଛି । ଏହି ଫଟୋଗୁଡ଼ିକ ମଧ୍ୟରେ ବହୁତ ସୁନ୍ଦର ବୃହଷ୍ପତି ଗ୍ରହର ଗୋଟିଏ ଫଟୋ ଅଛି ।

ସେହିପରି ଶନି ଗ୍ରହର ବଳୟକୁ ନେଇ ମଧ୍ୟ ଆଉ ଏକ ସୁନ୍ଦର ଫଟୋ ସ୍ଥାନୀତ କରାଯାଇଛି । ସେହିପରି ନେପଚୁନର ମଧ୍ୟ ଏକ ଫଟୋ ରହିଛି । ହଜାର ହଜାର ଲୋକ ଏହି ଫଟୋଗୁଡ଼ିକୁ ପସନ୍ଦ କରିଛନ୍ତି ଓ ନିଜ ମତାମତ ଦେଇଛନ୍ତି ।

ପ୍ରଥମ ସ୍ଥାନରେ ରହିଛି ବ୍ରହ୍ମାଣ୍ଡର ରିଫର ଚିତ୍ର । ଶନି ଗ୍ରହଙ୍କ ଚିତ୍ର ଏଥିରେ ଦ୍ବିତୀୟ ସବୁଠୁ ସୁନ୍ଦର ଛବିର ମାନ୍ୟତା ପାଇଥିବାବେଳେ ବୃହଷ୍ପତ୍ତି ଗ୍ରହର ଛବି ତୃତୀୟ ଓ ନେପଚୁନ ଫଟୋ ୪ର୍ଥ ସ୍ଥାନରେ ରହିଛି ।























Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories