www.samajalive.in
Saturday, December 13, 2025
21.1 C
Bhubaneswar

କନ୍ଧମାଳରେ ପର୍ଯ୍ୟଟକଙ୍କ ସମାଗମ: ରାତ୍ରିକାଳୀନ କର୍ଫ୍ୟୁ ସହିତ ଜିରୋନାଇଟ ସେଲିବ୍ରେସନ୍‌ ମନା, ପର୍ଯ୍ୟଟକ ନିରାଶ

ଫୁଲବାଣୀ :ନୂତନ ବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ କନ୍ଧମାଳ ଜିଲାର ଫୁଲବାଣୀ ସମେତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ବହୁ ପର୍ଯ୍ୟଟନ ସ୍ଥଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ ଜିଲାର ଅନ୍ୟ କେତେକ ପର୍ଯ୍ୟଟକ ସ୍ଥାନକୁ ବହୁ ସଂଖ୍ୟରେ ପର୍ଯ୍ୟଟକ ଆସୁଥିବାର ଦେଖାଯାଇଛି। ତେବେ ବର୍ତ୍ତମାନ ମଧ୍ୟ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦାରିଙ୍ଗବାଡ଼ି। ଗୁରବାର ଠାରୁ ବହୁ ପର୍ଯ୍ୟଟକ ଆସିବା ଆରମ୍ଭ କରିଦେଇଛନ୍ତି।
ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ଶୀତ ହେଉଥିବା ବେଳେ ଜାଡ଼ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ସେହି ଶୀତର ମଜା ନେବାପାଇଁ ପର୍ଯ୍ୟଟକମାନେ ଆସିଛନ୍ତି। ବର୍ଷର ଶେଷ ଦିନରେ ଶୀତର ମଜାନେବା ସହିତ ଜିରୋନାଇଟ୍‌ ସେଲିବ୍ରେସନ୍‌ ଓ ନୂଆବର୍ଷ ପାଳନ କରିବା ପାଇଁ ହଜାରହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ଭ୍ରମଣରେ ଆସିଛନ୍ତି।

ଆଜି ବର୍ଷର ଶେଷ ଦିନ ହୋଇଥିବାରୁ ଓଡ଼ିଶାର କାଶ୍ମୀରରେ ରାଜ୍ୟର ଅନେକ ସ୍ଥାନରୁ ବନ୍ଧୁବାନ୍ଧବ ମାନେ ବର୍ଷର ଶେଷ ଦିନରେ ଏକାଠି ହୋଇ ଦାରିଙ୍ଗବାଡ଼ି ଆସି ଖୁସି ମନାଇଥିଲେ। ବର୍ଷର ଶେଷ ଦିନରେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୁରବାର ରାତି ୧୦ଟାରୁ ଶୁକ୍ରବାର ସକାଳ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ନିର୍ଦ୍ଦେଶ ସରକାର ଜାରି କରିବାରୁ ସେମାନଙ୍କ ଜିରୋନାଇଟ ପାଳନ ଆଶା ନିରାଶାରେ ପରିଣତ ହୋଇଛି ବୋଲି ଭୁବନେଶ୍ୱର , କଟକ , ହାଇଦ୍ରାବାଦା , ବାଙ୍ଗାଲୋର ଭଳି କେତେକ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକମାନେ ପ୍ରକାଶ କରିବା ସହିତ ରାଜ୍ୟ ସରକାଙ୍କ ନିର୍ଦ୍ଦେଶକୁ ମାନି ଚଳିବେ ବୋଲି କହିଛନ୍ତି।

- Advertisement -

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories