www.samajalive.in
Saturday, December 13, 2025
26.1 C
Bhubaneswar

ପରୀ ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବିରେ ମୁଖ୍ୟ ସଚିବଙ୍କୁ ସ୍ମାରକପତ୍ର ଦେଲା ବିଜେପି ପ୍ରତିନିଧି ଦଳ

 

ଭୁବନେଶ୍ୱର: ନୟାଗଡ ଜିଲ୍ଲା ଯଦୁପୁର ଗାଁର ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି। ୧୪ ଜୁଲାଇ ୨୦୨୦ରେ ପରୀକୁ ହତ୍ୟା କରାଯାଇଥିବାବେଳେ ପୋଲିସ ପରୀର ବାପା ମା’ ଙ୍କୁ ତଦନ୍ତ ନାଁରେ ନିର୍ଯ୍ୟାତନା ଦେଇଚାଲିଛି। ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ସରକାରୀ ଦଳ ନିର୍ଦ୍ଦେଶରେ ତଦନ୍ତ କରି ଜଣେ ନିର୍ଦ୍ଦୋଷକୁ ଅପରାଧୀ ସଜାଇଛନ୍ତି। ଅନ୍ୟପଟେ ମୃତା ପରୀର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ପୋଲିସ କିମ୍ବା ଏସାଇଟି ତଦନ୍ତ ପରିସରଭୃକ୍ତ କରିନାହିଁ। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବାରୁ ଶାସକ ଦଳ ଚାପରେ ଏସଆଇଟି ତଦନ୍ତ ନକରି ଏକ ମନଗଢା ଗପ ରାଜ୍ୟବାସୀଙ୍କ ଆଗରେ ରଖିଛି। ଏସଆଇଟି ତଦନ୍ତ କେବେ ପରୀକୁ ନ୍ୟାୟ ଦେଇ ପାରିବ ନାହିଁ। ଏଣୁ ପରୀକୁ ନ୍ୟାୟ ଦେବା ଲାଗି ରାଜ୍ୟସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ  ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ମନ୍ତ୍ରୀ ଅରଣ ସାହୁ ଏବଂ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ଭାଇରାଲ ଅଡିଓ ଟେପ୍‍ ପ୍ରଦାନ କରାଯାଇଛି।

- Advertisement -

ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ମୁଖ୍ୟ ଯାଦୁକର ଭଳି ଘଟଣାକୁ ୨ ସପ୍ତାହ ଭିତରେ ସମାଧାନ କରିବା ନେଇ ବୟାନ ରଖିଥିଲେ ଏବଂ ଠିକ୍‍ ୧୫ ଦିନ ଭିତରେ ନାବାଳକ ସରୋଜ ସେଠୀକୁ ହତ୍ୟା ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲେ। ଏଠି ପ୍ରଶ୍ନ ଉଠୁଛି ଓଡିଶା ପୋଲିସ ଏବଂ ସନ୍ଧାନୀ କୁକୁର ଯେଉଁଠି ପରୀର ଶବ ପାଖରେ ଓ ହତ୍ୟାକାରୀ ପାଖରେ ପହଂଚି ପାରିଲେ ନାହିଁ ସେଠି ଏତେ କମ୍‍ ସମୟ ଭିତରେ କିପରି ପହଂଚିଗଲା। ସେହିପରି ସ୍ଥାନୀୟ ବିଧାୟକ ତଥା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ଯଦୁପୁରର ସରପଂଚ ସୌମ୍ୟ ରଂଜନ ପ୍ରଧାନଙ୍କୁ ଧମକ ଦେଉଥିବାର ଅଡିଓ ଟେପ୍‍ ପ୍ରମୁଖ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଅଡିଓରେ ମନ୍ତ୍ରୀ ଅରୁଣ ସାହୁ ପରୀ ହତ୍ୟାକାଣ୍ଡ ତଦନ୍ତକୁ ପ୍ରଭାବିତ କରୁଥିବାର ପ୍ରମାଣ ରହଥିଲା। ଅନ୍ୟ ଏକ ଭାଇରାଲ ଅଡିଓ ଟେପ୍‍ ରେ ଏସାଇଟି ମୁଖ୍ୟ ଅରୁଣ ବ୍ରୋଥା ରାଜ୍ୟ ସରକାରଙ୍କୁ ଡରୁଛନ୍ତି ବୋଲି କହୁଛନ୍ତି। ଯଦି ବ୍ରୋଥା ରାଜ୍ୟସରକାରଙ୍କୁ ଭୟ କରୁଛନ୍ତି ତେବେ ପରୀ ହତ୍ୟାକାଣ୍ଡର ତଦନ୍ତ ସରକାରଙ୍କ ନିର୍ଦ୍ଦେଶରେ କରାଯାଇଛି ବୋଲି ସ୍ପଷ୍ଟ ଜଣାପଡୁଛି।
ଏଭଳି ସ୍ଥିତିରେ ମନ୍ତ୍ରୀ ଅରୁଣ ସାହୁ ତାଙ୍କ ପଦବୀର ଅପବ୍ୟବହାର କରିଥିବାରୁ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ। ଏସଆଇଟି ମୁଖ୍ୟ ମଧ୍ୟ ସରକାରଙ୍କୁ ଡରୁଥିବାରୁ ସେ ବି ସ୍ୱଚ୍ଛତାର ସହ ତଦନ୍ତ କରିନଥିବେ। ଏଣୁ କେବଳ ସିବିଆଇ ତଦନ୍ତ କଲେ ହିଁ ପରୀକୁ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories