www.samajalive.in
Monday, December 8, 2025
14.1 C
Bhubaneswar

ଦକ୍ଷିଣ ରାଉରକେଲାର କିଛି ଘଟଣା ଏବେ ବି ସ୍ମୃତିରେ ଉଜ୍ଜିବୀତ!

ସାରନଗରୀ: ବର୍ତମାନ ୨୦୨୦ ବର୍ଷ ବିଦାୟ ବେଳାରେ ଉପନୀତ ହୋଇ ଆଉ ମାତ୍ର କେଇ ଘଂଟାର ଅପେକ୍ଷା!  ନୂତନ ବର୍ଷର ନୂଆ ସମ୍ଭାବନାକୁ ନେଇ ଅପେକ୍ଷାରତ ଅଛନ୍ତି ଦକ୍ଷିଣ ରାଉରକେଲା ଆବାଳବୃଦ୍ଧ ବନିତା । ଦକ୍ଷିଣ ରାଉରକେଲାର କିଛି ଘଟଣା ଏବେବି ଦକ୍ଷିଣ ରାଉରକେଲାରେ ଚର୍ଚ୍ଚାରେ ରହି ସ୍ମୃତିରେ ଉଜ୍ଜିବୀତ ହୋଇରହିଛି । ଗତ ଏପ୍ରିଲ ମାସରେ ଲକ ଡାଉନ ସମୟରେ ଆତଙ୍କିତ ଅବସ୍ଥାରେ ରାତ୍ରିଯାପନ କରିଥିଲେ ଟାଙ୍ଗରପାଲୀ ବସ୍ତିବାସିନ୍ଦା! ଅଂଚଳକୁ ୧୫ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଆରୋହୀ ଅଂଚଳକୁ ପଶି ଆସୁଥିବା ଗୁଜବ ପ୍ରଚାରିତ ହେବା ପରେ ବହୁ ଯୁବକ ଠେଙ୍ଗାବାଡ଼ି ଧରି ଜଗି ରହିଥିଲେ। ମାତ୍ର ଏଥିରେ କୌଣସି ସତ୍ୟତା ନଥିଲା, ଏହା ଏକ ଗୁଜବ ବୋଲି ପୁଲିସ ସ୍ପଷ୍ଟ କରିଥିଲା।

ଜଲଦା ବି ବ୍ଲକ ସ୍ଥିତ ଟୁଙ୍ଗୁରିଟୋଲାରେ ବାସ କରୁଥିବା  ଆର୍ନ୍ତଜାତୀୟ କରାଟେ ମହିଳା କ୍ରୀଡ଼ାବିତ ସିଲଭନ୍ତି ଗୁଡ଼ିଆ(୩୮) ପରିବାର ପ୍ରତିପୋଷଣ ପାଇଁ ବେଶା ବଦଳାଇ ବିଭିନ୍ନ ହାଟ ଓ ସାରନଗରୀର ପରିବା ବଜାରରେ ହାତରେ ନିକିତି ଧରି ପରିବା ବିକ୍ରି କରିବା ଦୃଶ୍ୟ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଓ ଅନନ୍ୟ ଉଦାହରଣ ପାଲଟିଥିଲା । କରୋନା ବେଳାରେ ପେଟପାଟଣା ପାଇଁ ସଂଘର୍ଷ ଜାରି ରଖିଥିଲେ ଏହି ମହିଳା କ୍ରୀଡ଼ା ପ୍ରଶିକ୍ଷକ ।

- Advertisement -

ସେହିପରି ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ଅବସରରେ ଆଇଜିଏଚରେ ପ୍ଲାଜମା ଦାନ କରିଥିଲେ ସାରନଗରୀର ଦୁଇ ଯୁବକ ଅନୀଲ ମଲ୍ଲିକ ଓ ତପନ ଭୂୟାଁ । ଯାହାକି ସମାଜ ଓ ଅନ୍ୟ ଯୁବବର୍ଗଙ୍କୁ ଏକ ସଚେତନତାର ବାର୍ତା ପ୍ରଦାନ କରିଥଲା ।

ଘରେ ଥିବା ପୋଷା କୁକୁର ଯୋଗୁଁ ଟଳିଥିଲା ଏକ ନିଶ୍ଚିତ ବିପଦ । ଗର୍ଜନ ଅଂଚଳର ମହାଲି ବସ୍ତିର ସଂଜୟ କିସାନଙ୍କ ଘରେ ଗତ ଜୁଲାଇ ମାସରେ ଏକ ନାଗସାପ ପଶି ଯାଇଥିବା ବେଳେ ଘରର ପୋଷା କୁକୁର ସାପକୁ ଜଗି ରହିବା କାରଣରୁ ପରିବାର ଲୋକେ ନାଗ ସାପ ଦଂଶନରୁ ରକ୍ଷା ପାଇ ଯାଇଥିଲେ । ପରେ ସାପ ଧରାଳି ଦେବାନନ୍ଦ ବେହେରାଙ୍କୁ ଫୋନ ଯୋଗେ ସୂଚନା ଦିଆଯିବା ପରେ ସହ ସ୍ନେକ କ୍ୟାଚର ଟିମ ସହାୟତାରେ ୩ ଫୁଟ ଲମ୍ବର ନାଗସାପକୁ ଘରୁ ଉଦ୍ଧାର କରି ଜଙ୍ଗଲ ବିଭାଗ ସହଯୋଗରେ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ। ଗତ ଜୁଲାଇ ମାସରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଲାଠିକଟା ବ୍ଲକ ଦେଓକରଣ ବିଦ୍ୟାପୀଠର ଛାତ୍ରୀ  ସୁନା ଝିଅ ଲିପ୍ସାମୟୀ ନାୟକ ୫୬୪ ମାର୍କ ରଖି ଏ-୧ ଗ୍ରେଡ଼ ରଖିବା ସହ ଦକ୍ଷିଣ ରାଉରକେଲା ସମେତ ଲାଠିକଟା ବ୍ଲକରେ ଶୀର୍ଷ ସ୍ଥାନରେ ରହିଥିଲେ, ଯାହାକି ଅଂଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିଲା । ସାରନଗରୀ ନିକଟ କଇଁଥାବସାରେ ଖୋଲିଥିଲା ଏକ ସମାଜ ମଙ୍ଗଳ କେନ୍ଦ୍ର । ଯାହା ଫଳରେ ବସ୍ତିବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇ ପାରିଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories