www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଶାରେ ଆଜି ରାତି ୧୦ରୁ ନାଇଟ୍ କର୍ଫ୍ୟୁ, ଟ୍ବିନ ସିଟିରେ ୧୪୪ ଧାରା

ଭୁବନେଶ୍ବର: ବ୍ରିଟେନର ନୂଆ ଷ୍ଟ୍ରେନ ଏବେ ସମଗ୍ର ଭାରତ ପାଇଁ ମୁଣ୍ଡ ବ୍ୟଥାର କରାଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି  ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ ନିମନ୍ତେ ଆୟୋଜନ କରାଯାଉଥିବା ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ଉପରେ ରାଜ୍ୟ ସରକାର ପୂର୍ବରୁ କଟକଣା ଲଗାଇ ସରିଛନ୍ତି। ତାଥାପି ଅମନିଆଙ୍କୁ ରୋକିବା ପାଇଁ ରାଜ୍ୟ ସରକାର ଗୁରୁବାର ପୁଣି ଏକ କଟକଣା ଜାରି କରିଛନ୍ତି। ରାଜ୍ୟରେ ଗୋଟିଏ ଦିନ ପାଇଁ ଅର୍ଥାତ ଆଜି ରାତି ୧୦ ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ଏ ନେଇ ଏସଆରସି ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି।

- Advertisement -

ଏହି ନାଇଟ କର୍ଫ୍ୟୁରେ ସବୁ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି। ଜରୁରିକାଳୀନ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ।

ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯ, କଟକ ଓ ଭୁବନେଶ୍ବରରେ ଆଜି ୧୪୪ ଧାର ଜାରି ହେବ। ଜିରୋ ନାଇଟ ଭିଡ ଏଡାଇବାକୁ ରାତି ୧୦ଟାରୁ ୧୪୪ ଧାରା ଜାରି କରାଯିବ। ରାତି ୯ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରିଯିବାକୁ ସେ ପରାମର୍ଶ ଦେଇଛନ୍ତି। କେହି ବାହାରେ ବୁଲୁଥିବା ବେଳେ ଧରା ପଡିଲେ ରାତି ସାରା ଥାନାରେ ଅଟକ ରଖାଯିବ। ରାତିରେ ନୂଆବର୍ଷ ଭୋଜି ନ କରିବାକୁ କହିଛନ୍ତି। ଆପାର୍ଟମେଣ୍ଟ, ରେସିଡେନସିଆଲ ଜାଗାରେ ଭୋଜି କରନ୍ତୁନି। ରସ୍ତାରେ ବିଭିନ୍ନ ଜାଗାରେ ନାକା ଲଗାଯିବ। ଅନୁମତି ନ ଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ, ଟୁଇନ ସିଟିରେ ୪୦ ପ୍ଲାଟୁନ ଫୋର୍ସ ପୁଲିସ ମୁତୟନ ହେବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories