www.samajalive.in
Saturday, December 13, 2025
26.1 C
Bhubaneswar

ଆଉ ୫ ଆକ୍ରାନ୍ତଙ୍କ ଠାରେ ବ୍ରିଟେନ ଷ୍ଟ୍ରେନ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି କରୋନାର ନୂଆ ଷ୍ଟ୍ରେନ। ଭାରତରେ ଗୁରୁବାର ଆଉ ୫ ଜଣ ବ୍ରିଟେନର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏନଆଇଭି(NIV) ପୁଣେ ଲ୍ୟାବରେ ପରୀକ୍ଷାପରେ ୪ ଜଣ ଓ ଆଇଜିଆଇବି( IGIB) ଦିଲ୍ଲୀ ଲ୍ୟାବରେ ପରୀକ୍ଷାପରେ ଗୋଟିଏ ନମୁନାରେ ବ୍ରିଟେନର ନୂଆ ଭୂତାଣୁ ଥିବା ଜଣାପଡ଼ିଛି। ଏଥିସହ ୟୁକେ ଭାଇରସ ଚିହ୍ନଟ ସଂଖ୍ୟା ୨୫କୁ ବୃଦ୍ଧି ହୋଇଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ ଠାବ ହୋଇଥିଲା। ଏହା ପରେ ବୁଧବାର ଆଉ ୧୪ ବ୍ରିଟେନ ଫେରନ୍ତାଙ୍କଠାରେ ଏହି ଷ୍ଟ୍ରେନ ଚିହ୍ନଟ ହୋଇଥିଲା।  ଗତ ମଙ୍ଗଳବାର ଯେଉଁ ୬ ନମୁନାରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିଲା ସେଥିରୁ ୩ଟି ନମୁନା  ବେଙ୍ଗାଲୁରୁର ନିମ୍‌ହାନ୍‌ସ ଲ୍ୟାବରେ ପରୀକ୍ଷା କରାଯାଇଥିବାବେଳେ ୨ଟି ନମୁନା ହାଇଦ୍ରାବାଦର ସିସିଏମବି ଏବଂ ଗୋଟିଏ ପୁଣେର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିରେ ଚିହ୍ନଟ ହୋଇଥିଲା। ଆଜି ଚିହ୍ନଟ ହୋଇଥିବା ୧୪ ନମୁନାରୁ ଦିଲ୍ଲୀର ଏନସିଡିସି ଲ୍ୟାବରେ ସର୍ବାଧିକ ୮ ନମୁନାରୁ ନୂଆ ଷ୍ଟ୍ରେନ ଠାବ ହୋଇଥିଲା। ସେହିପରି କଲକାତାର ଏନଆଇବିଜିରେ ଗୋଟିଏ ନମୁନା, ବେଙ୍ଗାଲୁରୁ ନିମ୍‌ହାନ୍‌ସରେ ୪ ଏବଂ ଆଇଜିଆଇବି ଲ୍ୟାବରେ ଗୋଟିଏ ନମୁନାରୁ ନୂଆ ଷ୍ଟ୍ରେନ ମିଳିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories