www.samajalive.in
Monday, December 8, 2025
14.1 C
Bhubaneswar

ଗୃହ ବିଭାଗରେ ୩୩ ପ୍ରତିଶତ ନିଯୁକ୍ତି ମହିଳାଙ୍କୁ ମିଳିନଥିବାବେଳେ ମହିଳା ସଶକ୍ତିକରଣ କଥା କହିବା ଦୋମୁହାଁ ନୀତି : ବିଜେପି ମହିଳା ମୋର୍ଚା

ଭୁବନେଶ୍ୱର: ରାଜ୍ୟରେ ବିଜେଡ଼ି ସରକାର ମହିଳା ସଶକ୍ତିକରଣ କରିଥିବା ଘଣ୍ଟ ପିଟୁଛନ୍ତି । ମାତ୍ର  ବାସ୍ତବରେ ସରକାର ରାଜ୍ୟର ମହିଳାମାନଙ୍କୁ କେବେ ବି ଗୁରୁତ୍ୱ ଦିଅନ୍ତି ନାହିଁ। କେନ୍ଦ୍ର ଗୃହ ବିଭାଗର ରିପୋର୍ଟ ଅନୁଯାୟୀ ଓଡିଶାରେ ୧ ଜାନୁଆରୀ ୨୦୨୦ ସୁଦ୍ଧା ପୁଲିସ ବିଭାଗରେ ମାତ୍ର ୧୦.୧ ପ୍ରତିଶତ ସଂଖ୍ୟାରେ ମହିଳା ନିଯୁକ୍ତି ଦିଆଯାଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ନବୀନ ବାବୁ ବାହା ବାହା ନେବା ପାଇଁ ଅନେକ କଥା କୁହନ୍ତି କିନ୍ତୁ ବାସ୍ତବରେ ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆଦୌ ଦରଦ ନାହିଁ ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଶ୍ରୀମତୀ ପଟ୍ଟନାୟକ  ଓଡିଶାର ଜନସଂଖ୍ୟା ଅନୁଯାୟୀ ୩୮୩୨.୫୪ ଲୋକରେ ଜଣେ ମହିଳା ପୁଲିସ ନିଯୁକ୍ତି ଦିଆଯାଇଛି। ସେହିପରି ଓଡିଶା କମାଣ୍ଡୋ ବଟାଲିଅନରେ କୌଣସି ପଦରେ ମହିଳାଙ୍କୁ ସ୍ଥାନୀତ କରାଯାଇନାହିଁ। ବିଭିନ୍ନ ଦାବି ନେଇ ହେଉଥିବା ଧାରଣା ଏବଂ ଆନ୍ଦୋଳନ ସମୟରେ ମହିଳା ପୁଲିସଙ୍କର ଦେଖା ମିଳୁନି। ପୁରୁଷ ପୋଲିସ ମାନେ ଏହାର ସୁଯୋଗ ନେଇ ମହିଳାମାନଙ୍କ ସହ ଅସଦାଚାରଣ କରିବାର ନଜିର ପୂର୍ବରୁ ରହିଛି। ନବୀନ ବାବୁଙ୍କର ନିଜସ୍ୱ ଗୃହ ବିଭାଗରେ ୩୩ ପ୍ରତିଶତ ନିଯୁକ୍ତି ମହିଳାଙ୍କୁ ମିଳିନଥିବାବେଳେ ମହିଳା ସଶକ୍ତିକରଣ କଥା କହିବା ମୁଖ୍ୟମନ୍ତ୍ରୀଙ୍କ ଦୋମୁହାଁ ନୀତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

- Advertisement -

ପଡୋଶୀ ରାଜ୍ୟ ଛତିଶଗଡରେ ୧ ଲକ୍ଷ ଜନସଂଖ୍ୟା ଲାଗି ୨୨୦ ଜଣ ଏବଂ ଝାଡଖଣ୍ଡରେ ହାରାହାରି ୧୭୨ ଜଣ ମହିଳା ପୋଲିସଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁଠିକି ଓଡିଶାରେ ମାତ୍ର ୧୨୯ ମହିଳା ପୋଲିସଙ୍କୁ ନିଯୁକ୍ତି ମିଳିଛି। ଯଦି ପଡୋଶୀ ରାଜ୍ୟ ମହିଳାଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେଇ ପାରୁଛି ତେବେ ରାଜ୍ୟସରକାର କାହିଁକି ମହିଳାଙ୍କୁ ନିଯୁକ୍ତି ଦେଉନାହାଁନ୍ତି। ଯେଉଁ ରାଜ୍ୟ ମହିଳାଙ୍କୁ ସଶକ୍ତିକରଣ କରୁଛି ସେମାନେ ଢିଣ୍ଡୋରା ବାଡଉନାହାଁନ୍ତି ଯେତିକି ନବୀନ ବାବୁ ତାଙ୍କ ଶାସନ କାଳରେ ଢିଣ୍ଡୋରା ବାଡେଇଛନ୍ତି। ମହିଳା ପୋଲିସ ନିଯୁକ୍ତିରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ୨୦ରୁ ୨୨% କାହିଁକି ତଫାତ୍‍ ରହୁଛି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଆଜି ଯାଏଁ ରାଜ୍ୟସରକାର ଜଣେ ବି ମହିଳାଙ୍କୁ ଡିଜି, ଡିଆଇଜି କିମ୍ବା ଆଇଜି ର‍୍ୟାଙ୍କରେ ପ୍ରତିଷ୍ଠିତ କରିପାରିଲେ ନାହିଁ କାହିଁକି? ମହିଳାମାନେ କ’ଣ ଏତେ ଅସମର୍ଥ? କାହିଁକି ମହିଳା ପୋଲିସଙ୍କୁ ଅଗ୍ରାଧିକାର ଦିଆଯାଉ ନାହିଁ ? କେତେ ଦିନ ଭିତରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ପୋଲିସ ପଦବୀ ସହ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ୍‍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories