www.samajalive.in
Sunday, December 14, 2025
15.1 C
Bhubaneswar

ପଞ୍ଜାବ ଓ କେରଳ ପରି କୃଷି ବିଲ୍‍ ଆଣିବାକୁ ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସର ଦାବି

ଭୁବନେଶ୍ୱର :ମୋଦି ସରକାରଙ୍କ ଦ୍ୱାରା ପ୍ରବର୍ତିତ ୩ଟି ଯାକ ନୂଆ କୃଷି ଆଇନ୍‍ ବିରୋଧରେ ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଏହି  ଆଇନ୍‍ଗୁଡିକୁ କାଳବିଳମ୍ବ ନକରି ପ୍ରତ୍ୟାହାର କରିନେବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ସେହିପରି ନବୀନ ସରକାର ସଂସଦରେ ଏହି ବିଲ୍‍ ଆଗତ ବେଳେ ଯେମିତି ଗୋଟିଏ ଗୃହରେ ସମର୍ଥନ ଓ ଅନ୍ୟ ଗୃହରେ ମିଛିମିଛିକା ବିରୋଧର ନାଟକ କଲେ ସେଥିରୁ ନିବୃତ ହୋଇ ତୁରନ୍ତ ପଞ୍ଜାବ ଓ କେରଳ ପରି ବିଧାନସଭାରେ ବିଲ୍‍ ଗୃହୀତ କରାନ୍ତୁ ବୋଲି ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‍ଗୋ ମୋଦି ସରକାରଙ୍କ ଚାଷୀ ବିରୋଧୀ ମାନସିକତାକୁ ଦୃଢ଼ ସମାଲୋଚନା କରି ଏହା କୃଷକମାନଙ୍କୁ ସର୍ବସ୍ୱାନ୍ତ କରିବାକୁ ଏକ ବୃହତ୍‍ ଷଡଯନ୍ତ୍ର ଏବଂ ଶିଳ୍ପପତି – ପୁଞ୍ଜିପତିମାନଙ୍କ ଏକଛତ୍ରବାଦ ପ୍ରତିଷ୍ଠା ନିମିତ ଉଦ୍ଦିଷ୍ଟ ଆତ୍ମଘାତୀ ନୀତି ବୋଲି ଅଭିଯୋଗ କରିଥିଲେ। ଅହଂକାର ପରିତ୍ୟାଗ କରି ମାସେରୁ ଅଧିକ ଦିନ ଧରି ଶୀତ କାକରରେ ରାସ୍ତା ଉପରେ ପଡିଥିବା ଚାଷୀମାନଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ତିନୋଟି ଯାକ ଜନବିରୋଧି ନୀତି ବାତିଲ୍‍ କରିବା ଉଚିତ୍‍ ବୋଲି ସେ ଦୃଢ଼ ଦାବି କରିଥିଲେ।

- Advertisement -

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ମିଥ୍ୟା ତଥ୍ୟ ଆଧାରରେ ଉପାସରକାରକୁ ଯେଭଳି ସମାଲୋଚନା କରୁଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଆକ୍ଷେପ କରି ଓଡିଶାର ଚାଷୀକୂଳକୁ ଏମିତି ଭ୍ରମିତ କରିବା ପରିବର୍ତେ ଖୋଲା ବିତର୍କକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଉପା ସରକାରକୁ ସମାଲୋଚନା କରିବା ପୂର୍ବରୁ ଭାଜପା ବା ବିଜେପି ନେତାମାନେ ଇତି ମଧ୍ୟରେ ବୃଦ୍ଧି ପାଇଥିବା ପେଟ୍ରୋଲ ଓ ଡିଜେଲ୍‍ର ଦର, ବିଦ୍ୟୁତ୍‍ ଦର, ବର୍ଦ୍ଧିତ ମଜୁରୀ ଏବଂ ମୁଦ୍ରାସ୍ପିତି ଆଦି ଯୋଗୁଁ ଯେଉଁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ତାହା ହିସାବକୁ ନନେବା ଦୁର୍ଭାଗ୍ୟଜନକ ଓ ଉଦ୍ଦେଶ୍ୟମୂଳକ ବୋଲି ସେ କହିଥିଲେ। ଅନ୍ୟଅର୍ଥରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ କୃଷି ପାଇଁ ଦିଆଯାଉଥିବା ସବ୍‍ସିଡି ଲଗାତର କମିବାରେ ଲାଗିଛି ଏବଂ କର୍ପୋରେଟ୍‍ ତଥା ଶିଳ୍ପପତିଙ୍କୁ ରିହାତି ବଢିବାରେ ଲାଗିଛି। ପରିତାପର ବିଷୟ ଖାଦ୍ୟ ସାମଗ୍ରୀ ବିଶେଷକରି ଡାଲି, ତେଲ ଓ ଗହମଜାତ ଖାଦ୍ୟ ପଦାର୍ଥର ଦର ଗତ ୭ ବର୍ଷରେ ଅହେତୁକ ବୃଦ୍ଧି ପାଇଛି। ସେହି ଅନୁସାରେ ଏହିସବୁ କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ କାନୁନ୍‍ଗୋ। ପ୍ରତିଶ୍ରୁତି ମୁତାବକ ସ୍ୱାମୀନାଥନ୍‍ କମିଟିର ସୁପାରିଶ ମଧ୍ୟରୁ ଗତ ୭ ବର୍ଷରେ ଗୋଟିଏ ବି ପୂରଣ କରିନାହାନ୍ତି ମୋଦି ସରକାର। ଗୋଟିଏ ପଟେ ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ ସ୍ଲୋଗାନ ଦେଉଥିବା ମୋଦି ସରକାର ଦେଶର ଅନ୍ନଦାତାଙ୍କ ଆତ୍ମନିର୍ଭରଶୀଳତାକୁ ଧ୍ୱଂସ କରିଦେବାକୁ ଷଡଯନ୍ତ୍ର କରୁଛନ୍ତି। ତେଣୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କ ନାଁରେ ଏପରି ଶସ୍ତା ରାଜନୀତି ନକରି ବାସ୍ତବତାକୁ ହୃଦୟଙ୍ଗମ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିବା ସହ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ କୃଷକମାନଙ୍କ ପାଖକୁ ଯିବ ଏବଂ ଦୁର୍ବାର ଆନ୍ଦୋଳନ ଗଢ଼ି ତୋଳିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ମୁଖପାତ୍ର ଅମିୟ ପାଣ୍ଡବ, ମନୋରଞ୍ଜନ ଦାଶ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories