www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରମୋଦିନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ବଳାତ୍କାର ଉଦ୍ୟମରୁ ହତ୍ୟା, ଜଣେ ଗିରଫ

ବ୍ରହ୍ମପୁର: କେ.ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ପ୍ରମୋଦିନୀ ନାୟକ ହତ୍ୟା ଘଟଣାର ବୁଧବାର ପର୍ଦ୍ଦାଫାସ କରିଛି ପୁଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ସେହି ଗ୍ରାମର ପ୍ରକାଶ ବେହେରା(୩୫)ଙ୍କୁ ପୁଲିସ ଗିରଫ କରିଛି। ବୁଧବାର ଏନେଇ ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ଗତ ମେ’ ୧୦ ତାରିଖରେ ପ୍ରମୋଦିନୀଙ୍କ ମୃତଦେହ ଗାଁ ନଦୀରୁ ମିଳିଥିଲା। ପରିବାର ବର୍ଗଙ୍କ ତରଫରୁ ଥାନାରେ ଅଭିଯୋଗ ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପ୍ରାରମ୍ଭିକ ଭାବେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ତେବେ ପାଣିରେ ବୁଡ଼ାଇ ପ୍ରମୋଦିନୀଙ୍କୁ ହତ୍ୟା କରାଯାଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରମାଣ ମିଳିବା ପରେ ପୁଲିସ ଏହାକୁ ହତ୍ୟା ମାମଲାକୁ ପରିବର୍ତ୍ତନ କରିଥିଲା। ସେବେଠାରୁ ଘଟଣାର ତଦନ୍ତ ଚାଲିଥିଲା। କେହି ସାକ୍ଷୀ ନ ଥିବା ଯୋଗୁ ତଦନ୍ତରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ଘଟଣାକୁ ଗୁରୁତର ସହ ନେଇ ବ୍ରହ୍ମପୁର ଜିଲା ପୁଲିସର ବଛାବଛା ଅଧିକାରୀଙ୍କୁ ନେଇ ଏକ ଟିମ‌ ଗଠନ କରାଯାଇଥିଲା। ଅତିରିକ୍ତ ଏସ୍‌ପି ପି.କେ ମିଶ୍ରଙ୍କ ନେତୃତ୍ବରେ ଅତିରିକ୍ତ ଏସପି ପ୍ରଭାତ କୁମାର ରାଉତରାୟ, ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୂର୍ମୂ ଏବଂ କେ.ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ ପ୍ରମୁଖ ଏହି ଟିମ୍‌ରେ ରହିଥିଲେ । ଗାଁକୁ ଯାଇ ବହୁ ଲୋକଙ୍କୁ ପୁଲିସ ପଚରାଉଚରା କରିଥିଲା।

- Advertisement -

ଶେଷରେ ପ୍ରମାଣ ମିଳିଥିଲା ଯେ, ପ୍ରକାଶ ଗତ କିଛି ଦିନ ହେଲା ପ୍ରମୋଦିନୀଙ୍କୁ ହଇରାଣ କରୁଥିଲେ। ତାଙ୍କ ଯିବା ଆସିବା ରାସ୍ତାରେ ଅଟକାଇବା ସହ ଅସଦାଚରଣ କରୁଥିଲେ। ପ୍ରକାଶଙ୍କୁ ପୁଲିସ ଜେରା କରିବା ବେଳେ ସେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଘଟଣା ଦିନ ପ୍ରମୋଦିନୀ ନଦୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ପ୍ରକାଶ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ପ୍ରମୋଦିନୀ ବିରୋଧ କରିବାରୁ ତଣ୍ଟିଚିପି ପାଣିରେ ବୁଡ଼ାଇ ହତ୍ୟା କରିଥିଲେ ବୋଲି ପ୍ରକାଶ ପୁଲିସ ଆଗରେ ସ୍ବୀକାର କରିଥିଲା। ପ୍ରକାଶଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଆଇଜି ଭୋଇ ପ୍ରକାଶ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories