www.samajalive.in
Saturday, December 6, 2025
16.1 C
Bhubaneswar

ସରକାର-କୃଷକ ୭ମ ପର୍ଯ୍ୟାୟ ଆଲୋଚନା ଜାରି

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ବୁଧବାର ୩୫ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ୭ମ ଥର ଲାଗି ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଏଥିପାଇଁ ୪୦ଟି କୃଷକ ସଂଗଠନ ପ୍ରତିନିଧି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପହଞ୍ଚିଥିଲେ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବି ବୈଠକ ପାଇଁ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁସାରେ, ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଛନ୍ତି। ଏହି ଆଲୋଚନା ସକାରାତ୍ମକ ହେବା ସହିତ କୃଷକମାନେ ଆନ୍ଦୋଳନରୁ ଉଠିଯିବେ ବୋଲି ସରକାର ଆଶା ରଖିଛନ୍ତି।

ପୂର୍ବରୁ ୬ଥର ଆଲୋଚନା ହୋଇସାରିଛି। କିନ୍ତୁ ସେସବୁ ସଫଳ ହୋଇନାହିଁ। ଚାଷୀ ପ୍ରତିନିଧିମାନେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଲାଗି ଦାବି କରୁଥିବାବେଳେ କେନ୍ଦ୍ର ସରକାର ସେଥିରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଉଛନ୍ତି। ଏହି କାରଣରୁ ଚାଷୀମାନେ ଆନ୍ଦୋଳନରୁ ହଟୁନାହାନ୍ତି। ବୁଧବାର ଆଲୋଚନା ପୂର୍ବରୁ ଚାଷୀ ନେତାମାନେ କହିଛନ୍ତି ଯେ, ସରକାର ପ୍ରଥମେ ଆଇନ ପ୍ରତ୍ୟାହାର କରନ୍ତୁ, ତା’ ପରେ କଥାବାର୍ତ୍ତା ଆରମ୍ଭ ହେବ।

- Advertisement -

କୃଷି ଆଇନ ବିରୋଧରେ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣାରେ ବସିଛନ୍ତି। ଦୀର୍ଘ ୩୫ ଦିନ ହେଲାଣି ସେମାନେ ଶୀତକାକରରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ପ୍ରବଳ ଥଣ୍ଡା ଯୋଗୁ ୧୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ କୃଷି ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକ ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ରାଜନାଥ କହିଛନ୍ତି, ସେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟେ ଚାଷୀ ପରିବାରରୁ ଆସିଛନ୍ତି। ଚାଷୀମାନଙ୍କ ସମସ୍ୟା ବିଷୟରେ ସେମାନେ ଭଲ ଭାବେ ଅବଗତ ଅଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ କେବେ ବି ଚାଷୀ ବିରୋଧୀ ଆଇନ ଆଣିପାରିବେ ନାହିଁ। ନୂଆ ଆଇନ ଚାଷୀଙ୍କ ବିକାଶରେ ସହ​‌ଯୋଗ କରିବ ବୋଲି ସେ କହିଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories