www.samajalive.in
Thursday, December 11, 2025
15.1 C
Bhubaneswar

‘ତାର୍ଜନ’ ଓ ‘ଜେମ୍‌ସ ବଣ୍ଡ୍‌’ ଚଳଚ୍ଚିତ୍ର ପାଇଁ କାର୍‌ ଡିଜାଇନ କରିଥିଲେ ଏହି ଭାରତୀୟ, ଏବେ ଗିରଫ କଲା ପୁଲିସ, ଜାଣନ୍ତୁ କାରଣ

‘ତାର୍ଜନ-ଦ ୱଣ୍ଡର କାର’ ଏବଂ ଜେମ୍‌ସ ବଣ୍ଡ ଚଳଚ୍ଚିତ୍ର ବେଶ୍‌ ଲୋକପ୍ରିୟ। ତେବେ ତାର୍ଜନ ଚଳଚ୍ଚିତ୍ର ଏହାର କାହାଣୀ ପାଇଁ ଯେତିକି ଲୋକପ୍ରିୟ ହୋଇପାରିଥିଲା ତାହାଠାରୁ ଅଧିକ ଚର୍ଚ୍ଚାରେ ଥିଲା ଏଥିରେ ଥିବା ଚାଳକ ବିହୀନ କାର। ଏହି କାର୍‌ର ଡିଜାଇନ୍‌ କାରପ୍ରେମୀମାନଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ତେବେ ଏହାର ଡିଜାଇନର୍‌ ହେଉଛନ୍ତି ଜଣେ ଭାରତୀୟ, ଯାହାଙ୍କୁ ଗତ ମଙ୍ଗଳବାର ଗିରଫ କରିଛି ମୁମ୍ବଇ ପୁଲିସ।

Image Courtesy: aajtak

ଏହି ପ୍ରସିଦ୍ଧ କାର୍‌ ଡିଜାଇନର ଜଣକ ହେଉଛନ୍ତି ଦିଲୀପ ଛାବରିଆ। ଏକ ଅର୍ଥ ହେର୍‌ଫେର୍‌ ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି। ଦିଲୀପ କେବଳ ଭାରତ ନୁହେଁ ବିଶ୍ଵର ନାମୀଦାମୀ ଡିଜାଇନରଙ୍କ ମଧ୍ୟରେ ଅନ୍ୟତମ। ସେ ଭାରତର ପ୍ରଥମ ସ୍ପୋର୍ଟ୍ସ କାର୍‌ ଡିଜାଇନର ମଧ୍ୟ। ଦୁଇ ଦଶନ୍ଧି ତଳେ ଦିଲୀପ କାର୍‌ ମୋଡିଫିକେଶନ ଏବଂ କନ୍‌ସେପ୍ଟ ଡିଜାଇନ୍‌ କ୍ଷେତ୍ରରେ ଜଣେ ମସିହା ଥିଲେ।

- Advertisement -

ତେବେ ସେ ଜଣେ ପ୍ରସିଦ୍ଧ କାର୍‌ ଡିଜାଇନର ଭାବେ ନାଁ କମାଇବେ, ତାହା କେବେ ଚିନ୍ତା କରି ନ ଥିଲେ। ବାଣିଜ୍ୟରେ ସ୍ନାତକ କରିବା ପରେ ଦିନେ ଏକ ଅଟୋମୋବାଇଲ୍‌ ମାଗାଜିନ ଉପରେ ତାଙ୍କର ନଜର ପଡ଼ିଥିଲା। ସେଥିରେ କାର୍‌ ଡିଜାଇନିଂ ପାଠ୍ୟକ୍ରମ ବିଷୟରେ ଉଲ୍ଲେଖ ଥିଲା। ହଠାତ୍‌ ତାଙ୍କର କାର୍‌ ଡିଜାଇନିଂ ପ୍ରତି ଆଗ୍ରହ ବଢ଼ିଥିଲା। ତୁରନ୍ତ ସେ ଆମେରିକା ଯାଇ ପାସାଡୋନା ସ୍ଥିତ ଆର୍ଟ ସେଣ୍ଟର କଲେଜ ଅଫ ଡିଜାଇନ୍‌ରେ ଅଧ୍ୟୟନ କରିଥିଲେ।

Image Courtesy: aajtak

ପଢ଼ା ସରିବା ପରେ ସେ ଜେନେରାଲ ମୋଟର୍ସରେ କିଛିଦିନ ଚାକିରି କରିଥିଲେ। ପରେ ଭାରତ ଆସି ନିଜର କମ୍ପାନୀ ଆରମ୍ଭ କରିଥିଲେ। ତାଙ୍କ ବାପା ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଥମେ ନିଜ ଦୋକାନରେ ତାଙ୍କ ବାପା ତାଙ୍କୁ ଛୋଟିଆ ଜାଗା ଦେବା ସହିତ ୩ ଜଣ କର୍ମଚାରୀଙ୍କୁ ଏକମାସ ପାଇଁ ଦେଇଥିଲେ। ଏହି ମାସକ ଭିତରେ ନିଜ ଦକ୍ଷତା ଦେଖାଇ ନ ପାରିଲେ ସବୁ ସୁବିଧା ଫେରାଇନେବେ ବୋଲି ତାଙ୍କ ବାପା କହିଥିଲେ।

ଦିଲୀପ ଏହା ଭିତରେ ଦେଶର ଏକ ପ୍ରିମିୟର କାର୍‌ ଭାବେ ଜଣାଶୁଣା ‘ପଦ୍ମିନୀ’ କାର୍‌ର ହର୍ନ ବଦଳାଇ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଏହି କାର୍‌ ଟ୍ୟାକ୍ସି ଭାବେ ବଲିଉଡ୍‌ ଫିଲ୍ମରେ ବେଶୀ ବ୍ୟବହୃତ ହେଉଥିଲା। ଦିଲୀପ ତିଆରି କରିଥିବା ହର୍ନ ଏତେ ଲୋକପ୍ରିୟ ହେଲା ଯେ, ତାଙ୍କ ବାପା ପୂରା ବର୍ଷରେ ଯେତିକି ରୋଜଗାର କରି ନ ଥିଲେ ଦିଲୀପ ଗୋଟିଏ ମାସରେ ତାହା କରିଦେଖାଇଥିଲେ।

Image Courtesy: aajtak

ଏହା ପରେ ଦିଲୀପ ନିଜର ୱାର୍କଶପ୍‌ ଖୋଲିଲେ। ୧୯୯୨ରେ ସେ ପ୍ରଥମ ଥର ଲାଗି ଜିପ୍‌ସୀ ମଡେଲକୁ ବଦଳାଇ ନିଜର ଟ୍ୟାଲେଣ୍ଟ ଦେଖାଇଥିଲେ। ପରେ ସେ ଆରମଡ଼ା କାର୍‌କୁ ବଦଳାଇ ବର୍ତ୍ତମାନର ସ୍କର୍ପିଓ ଭଳି କରିଦେଇଥିଲେ। ୨୦୦୨ରେ ଦିଲୀପଙ୍କୁ କାଇନେଟିକ୍‌ ଇଞ୍ଜିନିୟରିଂ ଏକ ସ୍କୁଟର ଡିଜାଇନ କରିବାକୁ ଡକାଇଥିଲା। ୨୦୦୬ରେ ସେ ଇଟିଏ ଷ୍ଟାର ଗ୍ରୁପ ସହ ମିଶି ଡିସିଷ୍ଟାର ନାମରେ ନୂଆ କମ୍ପାନୀ ପ୍ରତିଷ୍ଠା କରିଥିଲେ। ୨୦୦୯ରେ ସେ କୋକା-କୋଲା କମ୍ପାନୀ ପାଇଁ ଏକ କନ୍‌ସେପ୍ଟ କାର ଡିଜାଇନ କରିଥିଲେ।

୨୦୧୫ରେ ଦିଲୀପ ଭାରତର ପ୍ରଥମ ସ୍ପୋର୍ଟ୍ସ କାର୍‌ ଡିସି ଅବନ୍ତୀର ଡିଜାଇନ କରିଥିଲେ। ଏହା ବ୍ୟତୀତ ସେ ୨୦୦୩ରେ ଜେମ୍‌ସ ବଣ୍ଡଙ୍କ ଫିଲ୍ମରେ ଏଷ୍ଟନ ମାର୍ଟିନ ଡିବି-୮ର ଡିଜାଇନ କରିଥିଲେ। ଏହା ସହିତ ତାର୍ଜନ ଚଳଚ୍ଚିତ୍ରର ଚାଳକବିହୀନ କାର ସହିତ କିଛି ସେଲିବ୍ରିଟିଙ୍କ କାର୍‌ ଡିଜାଇନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories