www.samajalive.in
Tuesday, December 9, 2025
16.1 C
Bhubaneswar

ଅକ୍ସଫୋର୍ଡ ଟିକାକୁ ବ୍ରିଟେନର ଅନୁମତି, ମଗାଇଲା ୧୦ କୋଟି ଡୋଜ

ନୂଆଦିଲ୍ଲୀ: ବ୍ରିଟେନ ସରକାର ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କୋଭିଶିଲ୍ଡ ନାମକ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ମେଡିସିନ୍ ଏବଂ ସ୍ୱାସ୍ଥ୍ୟସେବା ନିୟାମକ ଏଜେନ୍ସି (MHRA)ର ସୁପାରିଶକୁ ସରକାର ଗ୍ରହଣ କରିଛନ୍ତି। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି। ଏହାପୂର୍ବରୁ ବ୍ରିଟେନ ସରକାର ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।

ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ଅନୁମୋଦନ ମିଳିବା ପରେ ଭାରତରେ ଉତ୍କଣ୍ଠା ବଢ଼ି ଯାଇଛି। କାରଣ ଭାରତରେ ଏହି ଟିକାର ପରୀକ୍ଷା ଚୂଡ଼ାନ୍ତ ପର୍ୟ୍ୟାୟରେ ରହିଛି ଓ ଖୁବଶୀଘ୍ର ଏହାକୁ ବ୍ୟବହାରିକ ଅନୁମୋଦନ ମିଳିବ ବୋଲି କୁହାଯାଇଛି। ତେଣୁ ଖୁବଶୀଘ୍ର ଭାରତରେ ମଧ୍ୟ ଅକ୍ସଫୋର୍ଡ ଟିକାକୁ ଅନୁମୋଦନ ମିଳିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେରମ ମଧ୍ୟ ୪ରୁ ୫ କୋଟି ଡୋଜ୍‌ ପ୍ରସ୍ତୁତ କରି ରଖିଛି।

- Advertisement -

MHRA କହିଛି ଯେ, ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଜଣେ ବ୍ୟକ୍ତି ନେବେ। ୪ରୁ ୧୨ ସପ୍ତାହ ମଧ୍ୟରେ ଏହି ଦୁଇଟି ଯାକ ଡୋଜ ନେବାକୁ ପଡ଼ିବ। କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡ଼ିଛି ଯେ ଏହି ଟିକା ସୁରକ୍ଷିତ। ଏହା ଦ୍ୱାରା କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଅନୁମୋଦନ ପରେ ବ୍ରିଟେନ ସରକାର ଅକ୍ସଫୋର୍ଡ ଟିକାର ୧୦ କୋଟି ଡୋଜ୍‌ ମଗାଇଛନ୍ତି।

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories