www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଶ୍ରୀନଗରର ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏକନାଉଣ୍ଟର ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ବୁଧବାର ମଧ୍ୟ ଜାରି ରହିଛି। ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା କର୍ମୀଙ୍କ ମିଳିତ ଟିମ୍‌ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଏକ କୋଠାରେ ୨ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଯବାନମାନେ ସେମାନଙ୍କୁ ଘେରି ଯିବାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

- Advertisement -

ସୂଚନାଯୋଗ୍ୟ, ପାକିସ୍ତାନ କାଶ୍ମୀର ପରେ ଜାମ୍ମୁରେ ଆଶାନ୍ତି ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି। ଏଥିପାଇଁ ପାକିସ୍ତାନ ଲଶ୍କର-ଏ-ତୋଇବା ସଂଗଠନର ସହଯୋଗ ନେଉଛନ୍ତି। ଲଶ୍କର ନିଜର ସ୍ଥାନୀୟ ନେଟୱର୍କ ଜରିଆରେ ଜାମ୍ମୁରେ ବାତାବରଣକୁ ଅଶାନ୍ତ କରିବା ଲାଗି ଉଦ୍ୟମ ଚଳାଇଛି। ସୀମା ଆରପଟୁ ବାରମ୍ବାର ସ୍ଥାନୀୟ ଆତଙ୍କୀଙ୍କୁ ହିଂସା ସୃଷ୍ଟି ପାଇଁ ନିର୍ଦେଶ ଦିଆଯାଉଛି, ଯାହାକୁ ସେନା ପକ୍ଷରୁ ବିଫଳ କରାଯାଉଛି। ଏକ ସପ୍ତାହ ମଧ୍ୟରେ ଲଶ୍କର ଆତଙ୍କୀ ସଂଗଠନର ୬ ସହଯୋଗୀଙ୍କୁ ସେନା ଗିରଫ କରିଛି। ବୈଷ୍ଣୋଦେବୀ ତୀର୍ଥକ୍ଷେତ୍ର ଏବଂ ଅନ୍ୟ ପର୍ଯ୍ୟଟକସ୍ଥଳୀରେ ସେନା ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories