www.samajalive.in
Saturday, December 13, 2025
26.1 C
Bhubaneswar

ଦେଶରେ କରୋନାର ନୂଆ ଷ୍ଟ୍ରେନ: ପୁଣି ଚିହ୍ନଟ ହେଲେ ଆଉ ୧୪ ଆକ୍ରାନ୍ତ, ମୋଟ ସଂକ୍ରମତିଙ୍କ ସଂଖ୍ୟା ୨୦

ନୂଆଦିଲ୍ଲୀ: ଭାରତରେ ନୂଆ କରୋନା ଷ୍ଟ୍ରେନ ଆକ୍ରନ୍ତ ପୁଣି ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବେ ବ୍ରିଟେନ ଭାଇରସ ତା’ର କାୟା ବିସ୍ତାର କରିବାକୁ ସକ୍ଷମ ହେବାରେ ଲାଗିଛି। ଗତକାଲି ୬ ଜଣ ବ୍ୟକ୍ତିଙ୍କ ଶରୀରରେ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଥିବା ବେଳେ ଆଜି ଆଉ ୧୪ ଜଣଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହେଇଛି। ଏଥିସହ ମୋଟ ନୂଆ କରୋନା ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।

- Advertisement -

ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ ଜଣଙ୍କୁ ସରକାରୀ ଆଇସୋଲେସନରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ହୋମ ଆଇସୋଲେସନରେ ନ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ବ୍ରିଟେନ ଫେରନ୍ତା ନା ଆଉ କିଏ, ସେକଥା ଏଯାଏ ସ୍ପଷ୍ଟ କରିନାହାନ୍ତି। ସେହିପରି ସେମାନେ କେଉଁ ସବୁ ରାଜ୍ୟର, ସେକଥା ମଧ୍ୟ ଜଣାପଡ଼ିନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories