ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆଇନ ମହାବିଦ୍ୟାଳୟର କିରାଣୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଡିଏଲଆର ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ବ୍ରହ୍ମପୁର ଆସିକା ରୋଡ ଘର, କଲେଜ, ଲୋଚାପଡା ଘର , ଦୁଇଟି ଗୋଦାମ ଭଳି ମୋଟ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ପ୍ରଶାନ୍ତଙ୍କ ପାଖରୁ ନଗଦ ୧୮ ଲକ୍ଷ ୮ ହଜାର ଟଙ୍କା ଜବତ କରାଯାଇଛି।
Popular Categories



