ଦେଶରେ କରୋନାର ନୂଆ ଷ୍ଟ୍ରେନ: ପୁଣି ଚିହ୍ନଟ ହେଲେ ଆଉ ୧୪ ଆକ୍ରାନ୍ତ, ମୋଟ ସଂକ୍ରମତିଙ୍କ ସଂଖ୍ୟା ୨୦
ନୂଆଦିଲ୍ଲୀ: ଭାରତରେ ନୂଆ କରୋନା ଷ୍ଟ୍ରେନ ଆକ୍ରନ୍ତ ପୁଣି ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବେ ବ୍ରିଟେନ ଭାଇରସ ତା’ର କାୟା ବିସ୍ତାର କରିବାକୁ ସକ୍ଷମ ହେବାରେ ଲାଗିଛି। ଗତକାଲି ୬ ଜଣ ବ୍ୟକ୍ତିଙ୍କ ଶରୀରରେ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଥିବା ବେଳେ ଆଜି ଆଉ ୧୪ ଜଣଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହେଇଛି। ଏଥିସହ ମୋଟ ନୂଆ କରୋନା ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।
#COVID19: Total 20 UK returnees to India have tested positive for the new COVID strain so far
— ANI (@ANI) December 30, 2020
ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ ଜଣଙ୍କୁ ସରକାରୀ ଆଇସୋଲେସନରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ହୋମ ଆଇସୋଲେସନରେ ନ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ବ୍ରିଟେନ ଫେରନ୍ତା ନା ଆଉ କିଏ, ସେକଥା ଏଯାଏ ସ୍ପଷ୍ଟ କରିନାହାନ୍ତି। ସେହିପରି ସେମାନେ କେଉଁ ସବୁ ରାଜ୍ୟର, ସେକଥା ମଧ୍ୟ ଜଣାପଡ଼ିନାହିଁ।
Comments are closed.