www.samajalive.in
Thursday, December 11, 2025
23.1 C
Bhubaneswar

ଶେଯ ମଇଳାରେ ଶରୀରର ମୃତକୋଷିକା

ବିଛଣା, ଚାଦର ନିୟମିତ ସଫା କଲେ ସେଥିରେ ମଇଳା, ଅପରିଷ୍କାର ବେଶୀ ଜମେନି। ଖଟ ଗଦି ଉଠାଇଲେ, ଲକ୍ଷ୍ୟ କରିବେ ସେଥିରେ ମଧ୍ୟ ଧୂଳିର ମୋଟା ପରସ୍ତ ବସିଛି। ଝରକା, କବାଟ ଖୋଲା ରହୁଥିବାରୁ ଏସବୁ ମଇଳା ଆସ୍ତରଣ ବସିଥିବାର ଧାରଣା ଆମର ହୁଏ। ପ୍ରକୃତରେ କିନ୍ତୁ ଖଟ ଶେଯରେ ଲାଗିଥିବା ଏଇ ଧୂଳି ହେଉଛି ଆମ ଶରୀରର ମୃତକୋଷିକା। ପ୍ରତି ସପ୍ତାହରେ ଆମ ଶେଯରୁ ୧୦ ଗ୍ରାମ୍ ମୃତକୋଷିକା ବାହାରୁଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି। ନିୟମିତ ଭାବେ ଗଦିକୁ ସଫା କରିବା ସମ୍ଭବପର ହୋଇନଥିବାବେଳେ ବିଛଣା ଚାଦର, ତକିଆ ଖୋଳ ଇତ୍ୟାଦିକୁ ଦିନେ ଦୁଇଦିନରେ ଧୋଇନେବା ଭଲ। ଅନ୍ତତଃ ଏଥିରେ ଶରୀରର ମୃତକୋଷିକା ଜମିପାରେନି, ଗଦିରେ ଏସବୁ ମୃତକୋଷିକା ଅଧିକ ଦିନ ରହିବା ପରେ ଦୁର୍ଗନ୍ଧ ବାହାରିବା ସହ କେତେଜଣଙ୍କ ଠାରେ ତ୍ବଚା ସଂକ୍ରମଣଜନିତ ରୋଗ ହୁଏ। ୨୦୦୫ରେ ପ୍ରଥମେ ନେଦରଲ୍ୟାଣ୍ଡ ଗବେଷକ ଦଳ ଏଇ ତଥ୍ୟ ପ୍ରକାଶ କରିବା ପରେ ସେଠା ହୋଟେଲଗୁଡ଼ିକର ଭାବେ ଖଟ, ବିଛଣାକୁ ସାପ୍ତାହିକ ଅନୁସାରେ ଭାକ୍ୟୁମ୍ କ୍ଲିନ୍ କରିବାକୁ ପ୍ରଶାସନ ପରାମର୍ଶ ଦେଇଥିଲା। ବିଶେଷଜ୍ଞ ଏ ବାବଦରେ କହିଛନ୍ତି, ଅନ୍ତତଃ ନିଜ ଘର ଖଟରେ ନିଜ ଶରୀରର ମୃତକୋଷିକା ସହ ଶୁଅନ୍ତୁ, ହେଲେ ହୋଟେଲର ଖଟରେ ଯେ କେତେଲୋକଙ୍କର ମୃତକୋଷିକା ଥିବ, ତାହା ଅନୁମାନ କରିବା ମୁସ୍କିଲ୍।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories