www.samajalive.in
Friday, December 12, 2025
23.1 C
Bhubaneswar

୨୬ ମିନିଟ୍‌ରେ ବୋର୍‌ ହୁଅନ୍ତି ପୁରୁଷ !

ଶୀର୍ଷକ ପଢ଼ି ପାଠକ ଅଳ୍ପ ବହୁତେ ଜାଣିସାରିବେଣି ଏହା କେଉଁ ପ୍ରସଙ୍ଗରେ ଉଲ୍ଲେଖ ହୋଇଛି? ଏଭଳି ସ୍ଥିତି କେବଳ ଆମ ଦେଶରେ ନୁହେଁ, ବରଂ ବିଶ୍ବର ପ୍ରମୁଖ ରାଷ୍ଟ୍ରର ସପିଂ ମଲ୍‌ରେ ସମାନ ଦୃଶ୍ୟ ଦେଖିବାକୁ ମିଳେ। ପତ୍ନୀ ସପିଂ ପାଇଁ କହିଲେ, ସ୍ବାମୀମାନେ ବିବ୍ରତ ହୋଇଯାନ୍ତି। ୬୧%ରୁ ଅଧିକ ପୁରୁଷ ମତ ଦେଇଥିଲେ, ସେମାନେ ପତ୍ନୀଙ୍କ ସହ ସପିଂରେ ଯିବାକୁ ଆଦୌ ଆଗ୍ରହୀ ନୁହନ୍ତି। ନିଜ କ୍ରେଡିଟ୍ କାର୍ଡ ଦେଇ ବରଂ ସେଇ ସମୟ ଘରେ ଟିଭି ଦେଖିବାରେ ସେମାନଙ୍କ ଆଗ୍ରହ। ପତ୍ନୀଙ୍କ ଅତି ବାଧ୍ୟବାଧକତାରେ ହିଁ ସ୍ବାମୀମାନେ ସପିଂ ମଲ୍ ଯାନ୍ତି ସତ, କିନ୍ତୁ ସେଠି ପହଞ୍ଚିବାର ମାତ୍ର ୨୫-୨୬ ମିନିଟ୍ ପରେ ସେମାନେ ବୋର୍ ହୋଇଯାନ୍ତି। ଏଇ ତଥ୍ୟକୁ ନେଇ ଅନୁସନ୍ଧାନ କରୁଥିବା ଗବେଷକ ରିଚାର୍ଡ କହିଛନ୍ତି, ପୁରୁଷମାନେ ମହିଳାଙ୍କ ଏଇ ଲମ୍ବା ସପିଂକୁ ନେଇ ଅତିଷ୍ଠ, ସେମାନେ ବୁଝିପାରନ୍ତିନାହିଁ ଗୋଟିଏ ଛୋଟ ସାମଗ୍ରୀ କିଣିବାର ଥିଲେ ମଧ୍ୟ ମହିଳାମାନେ ୫-୬ଟି ଦୋକାନ ବୁଲିବା ଥୟ। ଆମେରିକୀୟ ଦମ୍ପତିମାନେ ଆଜିକାଲି ସପିଂ ମଲ୍ ଯିବାରେ ଆଗ୍ରହୀ ନୁହନ୍ତି, ବରଂ ଅନ୍-ଲାଇନ୍‌ରେ କିଣାକିଣିକୁ ପ୍ରାଧାନ୍ୟ ଦେଉଛନ୍ତି। ଅନ୍ତତଃ ଏଥିରେ ଦୋକାନ ବାହାରେ ଅପେକ୍ଷା କରିବାକୁ ପଡ଼ିନଥାଏ। ସପିଂ କରିବାରେ ବିଶ୍ବସ୍ତରରେ ଦୁବାଇର ମହିଳାମାନେ ସବୁଠୁ ଆଗରେ, ସେଠିକାର ଧନୀ ଶେଖ୍‌ଙ୍କ ପତ୍ନୀମାନେ ପ୍ରତିଦିନ ମଲ୍ ଯାଇ ହଜାରହଜାର ଟଙ୍କା ଖର୍ଚ୍ଚ କରନ୍ତି। ସପିଂକୁ ନେଇ ୫୬% ମହିଳା ମତ ଦେଇଛନ୍ତି, ସାଥିରେ ସ୍ବାମୀ ନ ଗଲେ ସପିଂର ପ୍ରକୃତ ମଜା ଆସେନି। ପୁରୁଷଙ୍କ ପାଇଁ ସବୁଠୁ ମୁଣ୍ଡବିନ୍ଧାର କାମ ହେଲା, ଥରେ ସପିଂ କରିବାକୁ ଗଲେ ସେମାନଙ୍କ ୪-୫ ଘଣ୍ଟା ନଷ୍ଟ ହୁଏ। ଅନ୍ୟପାଖେ ପତ୍ନୀ ଘରେ ପହଞ୍ଚିବା ପରେ କିଣିଥିବା ଅଧିକ ଜିନିଷ ତାଙ୍କ ମନକୁ ଛୁଇଁନଥାଏ, ପୁଣି ଆରମ୍ଭ ହୁଏ ମଲ୍ ଯାଇ ଏସବୁ ଜିନିଷ ଫେରସ୍ତ କରିବାର ଆଉ ଏକ ପ୍ରକ୍ରିୟା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories