www.samajalive.in
Sunday, December 14, 2025
26.1 C
Bhubaneswar

ଗଛ ତଳେ ଗୁରୁକୁଳ ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି ବଣ୍ଡା ଯୁୁବକଯୁବତୀ

ଖଇରପୁଟ/ମାଲକାନଗିରି : ଘାଟି ମଣିଷଙ୍କୁ ପିଲାଙ୍କ ପାଠପଢା ଚିନ୍ତା ଘାରିଛି। ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ମାଲକାନଗିରି ଜିଲା ଭଳି ଆଦିବାସୀ ଅଧ୍ୟୁଷିତ ବଣ୍ଡାଘାଟିରେ ବାସ କରୁଥିବା ଶିକ୍ଷିତ ଯୁବକଯୁବତୀ ପଣ କରିଛନ୍ତି। ଗଛ ତଳେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ବଣ୍ଡାଘାଟିରେ ଆଲୋକର ବାଟ ଫିଟାଇ ପିଲାଙ୍କ ମନରେ ଶିକ୍ଷାର ମଞ୍ଜି ବୁଣିବାକୁ ଚାଲିଛି ଉଦ୍ୟମ। ମାଲାକନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ସମୁଦ୍ର ପତନଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଛି। ସେଠାରେ ଆଦିମ ବଣ୍ଡା ଜନଜାତି ବାସ କରୁଛନ୍ତି। ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ରାଜ୍ୟ ସରକାର ନୂଆ ଯୋଜନା ପ୍ରଣୟନ କରୁଛନ୍ତି। ସେଥିପାଇଁ ବଣ୍ଡାଘାଟିର ବାସ୍ତବିକସ୍ଥିତି ଏବଂ ପରିସ୍ଥିତି ବଦଳିଛି। ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତ ଅଧୀନ ଡମୁରିପଡା ଗ୍ରାମରେ ଶିକ୍ଷାର ନିଆରା ଚିତ୍ର ଦେଖିବାକୁ ମିଳିଛି। ଗାଁ ଗଣ୍ଡା ଓ ପଡା ଗ୍ରାମର ପିଲାଙ୍କୁ ନେଇ ଗଛ ଛାଇ ତଳେ ପିଲାଙ୍କୁ ବସାଇ ପାଠପଢା ଯାଉଛି। କରୋନା ପରଠାରୁ ବିଦ୍ୟାଳୟ ବନ୍ଦ ହୋଇପଡିଛି। ସେବେଠାରୁ ପିଲାଙ୍କ ଭବିଷ୍ୟତ ବିଗିଡିବାରେ ଲାଗିଥିଲା। ବଣ୍ଡାଘାଟିର କୁନିପିଲାଙ୍କ ଭବିଷ୍ୟତ ସଜାଡିବା ପାଇଁ ଗ୍ରାମବାସୀ ନେଇଛନ୍ତି ଏହି ନିଷ୍ପତ୍ତି। ଶିକ୍ଷିତ ଯୁବକଯୁବତୀ କୁନି ପିଲାଙ୍କୁ ଏକାଠି କରି ପାଠ ପଢାଇବାର ଦାୟିତ୍ୱ ନେଇଛନ୍ତି। ସକାଳେ ୨ରୁ ୩ ଘଣ୍ଟା ଯାଏଁ ପିଲାଙ୍କୁ ପାଠପଢାଇ ଶିକ୍ଷାର ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି। ଘାଟି ଅଞ୍ଚଳର ଏପରି ନିଆରା ଶିକ୍ଷାକୁ ସାଧାରଣରେ ପ୍ରଶଂସା କରାଯାଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories