www.samajalive.in
Sunday, December 14, 2025
23.1 C
Bhubaneswar

ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞଙ୍କୁ ‘ଫିଲ୍ଡସ୍‍ ମେଡାଲ’ ପୁରସ୍କାର

କୋଏମ୍ବାଟୁର : ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲୀୟ ଗଣିତଜ୍ଞ ଅକ୍ଷୟ ଭେଙ୍କଟେଶ ଗଣିତରେ ନୋବେଲ ପୁରସ୍କାର ଭାବେ ପରିଚିତ ‘ଫିଲ୍ଡସ୍‍ ମେଡାଲ’ ବିଜୟୀ ହୋଇଛନ୍ତି। ଏ କ୍ଷେତ୍ରରେ ସେ ଦ୍ୱିତୀୟ ଭାରତୀୟ। ସାଂଖ୍ୟ ଗଣିତ ସୂତ୍ର ଆଧାରିତ ତାଙ୍କର ଗବେଷଣା ପାଇଁ ଅକ୍ଷୟଙ୍କୁ ଏହି ପୁରସ୍କାର ମିଳିଛି। ଏହି ପୁରସ୍କାର ୪୦ବର୍ଷରୁ କମ୍‍ ଗଣିତଜ୍ଞଙ୍କୁ ପ୍ରତି ୪ବର୍ଷରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତିକ ଗଣିତ କଂଗ୍ରେସରେ ପ୍ରଦାନ କରାଯାଇଥାଏ। ପୁରସ୍କାର ବାବଦରେ ତାଙ୍କୁ ୧୫ହଜାର ଡଲାର ମିଳିବ। ୧୯୩୬ରୁ ଏହି ପୁରସ୍କାର ପ୍ରଚଳିତ ରହିଛି। ଅକ୍ଷୟଙ୍କ ଜନ୍ମ ନୂଆଦିଲ୍ଲୀଠାରେ। ପରେ ସେ ଇଞ୍ଜିନିୟର ବାପା ଭେଙ୍କି ଭେଙ୍କଟେଶଙ୍କ ସହ ପର୍ଥ ଚାଲିଯାଇଥିଲେ। ପିଲାବେଳୁ ଅତ୍ୟନ୍ତ ପ୍ରତ୍ୟୁତ୍ପନ୍ନମତି ଅକ୍ଷୟ ମାତ୍ର ୧୬ବର୍ଷରେ ୟୁନିଭର୍ସିଟି ଅଫ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆରୁ ଗଣିତ ଓ ପଦାର୍ଥ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଥିଲେ। ବର୍ତ୍ତମାନ ସେ ଆମେରିକାର ଷ୍ଟାମ୍‍ଫୋର୍ଡସ୍ଥିତ ପ୍ରିନ୍ସଟନ୍‍ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ପ୍ରତମ ଭାରତୀୟ ଭାବେ ମଞ୍ଜୁଲ ଭାର୍ଗବ ୨୦୧୪ରେ ଏହି ପୁରସ୍କାର ଜିତିଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories