www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଚତୁର୍ଥ ସମାବର୍ତ୍ତନ ଉତ୍ସବ; ୨୬ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ

ସମ୍ବଲପୁର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ଚତୁର୍ଥ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଷୟରେ ଉତ୍କର୍ଷ ପ୍ରତିପାଦନ କରିଥିବା ୨୬ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଏହି ସମାରୋହରେ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି। ତା’ ସହିତ ୨୦୨୦ ଶେଷ ବର୍ଷ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୫୨୧ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। କୋଭିଡ କଟକଣା ହେତୁ କେବଳ ସ୍ବର୍ଣ୍ଣପଦକ ପ୍ରାପ୍ତ ଛାତ୍ରଛାତ୍ରୀ ବ୍ୟକ୍ତିଗତ ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅନ୍ୟ ୮ ଶହ ଛାତ୍ରଛାତ୍ରୀ ୟୁ-ଟ୍ୟୁବ ଲାଇଭ ଜରିଆରେ ସାମିଲ ହୋଇଥିଲେ।

ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଥିଲେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରାମଜୀ ତକୱାଲେ। ସେ ପୁନେରୁ ୱେବ୍‌ ମାଧ୍ୟମରେ ସଂଯୁକ୍ତ ହୋଇ କହିଥିଲେ ଯେ ଶିକ୍ଷା ଏକ ନୂତନ ଯୁଗାରମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛି। ଡିଜିଟାଲାଇଜେସନ ଯୋଗୁ ସମାଜ ପୂର୍ବାପେକ୍ଷା ୫ ଗୁଣ ଅଧିକ କ୍ଷୀପ୍ର ଗତିରେ ନିଜକୁ ପରିବର୍ତ୍ତନ କରୁଛି। ଦ୍ରୁତ ପରିବର୍ତ୍ତନଶୀଳ ସମାଜ ଆଗକୁ ଆହୁରି ବଦଳିବ। ତେଣୁ ଭବିଷ୍ୟତ ଆହ୍ବାନଭରା। ତେଣୁ ଆଗାମୀ ଭବିଷ୍ୟତକୁ ସାମ୍ନା କରିବାକୁ ବିଶ୍ବବିଦ୍ୟାଳୟ ନବସୃଜନ,ସୃଷ୍ଟି ଓ ମାନବବାଦର ଉଚ୍ଚ ମୂଲ୍ୟବୋଧକୁ ଗୁରୁତ୍ବ ଦେଇ ନିଜକୁ ପ୍ରସ୍ତୁତ ରଖିବା ଜରୁରି ବୋଲି ମୁଖ୍ୟ ଅତିଥି କହିଥିଲେ।

- Advertisement -

ସମ୍ବଲପୁର ପାନ୍ଥନିବାସରେ ଅନୁଷ୍ଠିତ ସମାରୋହରେ ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ଶ୍ରୀକାନ୍ତ ମହାପାତ୍ର ପୌରହିତ୍ୟ କରି ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିଥିଲେ। ସ୍ନାତରୋତ୍ତର ଶ୍ରେଣୀରେ ଜୀତେନ୍ଦ୍ର ଡାକୁଆ (ଇଂରାଜୀ), ସୁଶ୍ରୀ କେଶରୀ ନାରାୟଣ ( ହିନ୍ଦୀ), ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର ( ଇତିହାସ), ଦେବଯାନୀ ମିଶ୍ର ( ଓଡ଼ିଆ), ଅଂଶୁମାନ ମହାପାତ୍ର ( ପବ୍ଲିକ ଏଡମିନିଷ୍ଟ୍ରେସନ), ମୋନିକା ଅଗ୍ରୱାଲ ( ରାଜନୀତି ବିଜ୍ଞାନ), ସୁଜାତା ପାତ୍ର ( ଗ୍ରାମ୍ୟ ଉନ୍ନୟନ), ଭେଙ୍କଟେଶ୍ବର ମେ​‌େ​‌ହର ( ସମାଜଶାସ୍ତ୍ର), ଦେବରାଜ ବେହେରା ( ବାଣିଜ୍ୟ), ମୀନା ନାୟକ ( ସାମ୍ବାଦିକତା ଓ ଗଣ ଯୋଗାଯୋଗ) ଓ ବିଭୂଦତ୍ତ ଦାଶ ( ସାଇବର ସିକ୍ୟୁରିଟି), ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମାରେ ସୁଜନ କୁମାର ମହାନ୍ତି ( କମ୍ପ୍ୟୁଟର ଏପ୍ଲିକେସନ), ଦୀପନ କୁମାର ଦାସ (ସାଇବର ସିକ୍ୟୁରିଟି), ଦେବସ୍ମିତା ପତି ( ମ୍ୟାନେଜମେଣ୍ଟ), ମନୋରଞ୍ଜନ ପଣ୍ଡା ( ସାମ୍ବାଦିକତା ଓ ଗଣ ଯୋଗାଯୋଗ), ଜ୍ୟୋତିର୍ମୟୀ ସାହୁ ( ଗ୍ରାମ୍ୟ ଉନ୍ନୟନ), ରୋଜାଲିନ ପ୍ରଧାନ ( ରୁରାଲ ମ୍ୟାନେଜମେଣ୍ଟ), ଆଡଭାନ୍ସଡ ଡିପ୍ଲୋମାରେ ଶିବପ୍ରସାଦ ରାଉତ(ସାଇବର ସିକ୍ୟୁରିଟି), ଡିପ୍ଲୋମାରେ ଶୁଭଶ୍ରୀ ସିହ୍ନା ( କମ୍ପ୍ୟୁଟର ଏପ୍ଲିକେସନ), ଅଙ୍କିତା ପଟ୍ଟନାୟକ (ସାଇବର ସିକ୍ୟୁରିଟି), ମାମାଲି ପରିଡ଼ା (ଫଙ୍କସନାଲ ହିନ୍ଦୀ ଓ ଅନୁବାଦ), ସମୀର କୁମାର ପଟ୍ଟନାୟକ (ଆକାଉଣ୍ଟିଂ), ସୌରଭ ବଡ଼ପଣ୍ଡା( ମ୍ୟାନେଜମେଣ୍ଟ), ସୁଶୀଳ କୁମାର ଜୈନ ( ସାମ୍ବାଦିକତା ଓ ଗଣ ଯୋଗାଯୋଗ), ଶ୍ରୀବନ୍ତ ନାୟକ (ଓଡ଼ିଆ ଭାଷା ଓ ଯୋଗାଯୋଗ) ଏବଂ ରାଜେଶ କୁମାର ସାହୁ ( ଗ୍ରାମ୍ୟ ଉନ୍ନୟନ) ନିଜ ନିଜ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ପାଇଛନ୍ତି।

କୁଳପତି ଡ. ମହାପାତ୍ର କହିଥିଲେ, ଏହି ବିଶ୍ବବିଦ୍ୟାଳୟ  ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିକୋଣରୁ ଉପେକ୍ଷିତ ବର୍ଗଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ଶିକ୍ଷାନୁଷ୍ଠାନ ହୋଇପାରିଛି। ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ହାସଲ ଦିଗରେ ନିମହାନସ୍‌-ବାଙ୍ଗାଲୋର, ଆଇଆଇଟି-ନୂଆଦିଲ୍ଲୀ, ଆଇଆଇଟି-ମୁମ୍ବାଇ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ସହଯୋଗ ରହିଛି। ତେବେ ନାକ ‌ମାନ୍ୟତା ହାସଲ, ଅନଲାଇନ୍‌ ଶିକ୍ଷାଦାନ, କ୍ୟାମ୍ପସର ବିକାଶ ଏବଂ ସ୍ଥାୟୀ କର୍ମଚାରୀ ଓ ଅଧ୍ୟାପକ ନିଯୁକ୍ତି ବିଶ୍ୱବିଦ୍ୟାଳୟ ପାଇଁ ଆହ୍ୱାନ ବୋଲି କୁଳପତି କହିଥିଲେ। ବିଶ୍ବବିଦ୍ୟାଳୟର କୁଳସଚିବ ଡ. ମାନସ ରଞ୍ଜନ ପୂଜାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ସମାରୋହରେ ପରିଚାଳନା ବୋର୍ଡ, ଏକାଡେମିକ ‌କାଉନସିଲ, ‌ବିଶ୍ୱବିଦ୍ୟାଳୟ ଯୋଜନା ବୋର୍ଡ ସଦସ୍ୟ, ଏକାଡେମିକ କାଉନସିଲର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories