www.samajalive.in
Thursday, December 11, 2025
16.1 C
Bhubaneswar

୪ ରାଜ୍ୟରେ ସଫଳ, କୋଭିଡ ଟୀକାକରଣ ପ୍ରାକ୍‍ ଅଭ୍ୟାସ କାର୍ଯ୍ୟକ୍ରମ

ଦେଶରେ କୋଭିଡ ନାଇଣ୍ଟିନ୍‍ ଟୀକାକରଣ ପୂର୍ବରୁ ଗତକାଲି ଓ ଆଜି ଦୁଇ ଦିନ ଧରି ଆସାମ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଏବଂ ଗୁଜୁରାଟରେ ଚାଲିଥିବା ପ୍ରାକ-ଅଭ୍ୟାସ କାର୍ଯ୍ୟକ୍ରମ ସଫଳ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ମିଳିମିଳା-ରୁବେଲା ଏବଂ ଜାପାନୀ ଏନସେଫାଲାଇଟିସ୍ ଟୀକାକରଣ ଅଭିଯାନ ପରି ଦେଶବ୍ୟାପୀ କୋଭିଡ ଟୀକାକରଣ ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଆଗଧାଡିର କର୍ମଚାରୀ ଏବଂ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ଏହାର ଉଦ୍ଦେଶ୍ୟ ହେଉଛି ଆଗକୁ ହେବାକୁ ଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ୱାନର ମୁକାବିଲା ସହ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରରେ ଟୀକାକରଣ ଅଭିଯାନର ପରିଚାଳନାକାରୀମାନଙ୍କୁ ଆବଶ୍ୟକୀୟ ତାଲିମ ଦିଆଯାଇଥିଲା। ଏହି ଅଭ୍ୟାସ ବେଳେ ଆଗକୁ ହେବାକୁ ଥିବା ଟୀକାକରଣ ସମୟରେ ବିଭିନ୍ନ ସମ୍ଭାବ୍ୟ ସମସ୍ୟାଗୁଡ଼ିକୁ ପ୍ରତିହତ କରିବା ନେଇ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ବିଶେଷ ଭାବରେ କରୋନା ଟିକାକରଣ କ୍ଷେତ୍ରରେ ପ୍ରତ୍ୟେକଟି ସ୍ତରରେ ସୁନିୟୋଜିତ ଢଙ୍ଗରେ ଟିକା ପ୍ରକ୍ରିୟାକରଣ କୋ-ୱିନ୍‍ ପ୍ଲାଟଫର୍ମରେ ସୂଚନା ପରିଚାଳନା, ଟିକାକରଣର ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ସହଯୋଗ ସ୍ଥାପନ ଏବଂ ଆବଶ୍ୟକ ସ୍ଥଳେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

- Advertisement -

ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲା, ଗୁଜୁରାଟର ରାଜକୋଟ ଏବଂ ଗାନ୍ଧିନଗର, ପଞ୍ଜାବର ସହିଦ ଭାଗବତ ସିଂ ନଗର ଏବଂ ଲୁଧିଆନା, ଏବଂ ଆସାମର ସୋନୀତପୁର ଏବଂ ନାଲବରୀ ଜିଲ୍ଲାରେ ଏହି ଦୁଇ ଦିନିଆ ଅଭ୍ୟାସ କାର୍ଯ୍ୟ ଚାଲିଥିଲା। ଜିଲ୍ଲା ପ୍ରଶାସନ ଦ୍ୱାରା ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ଦଳ ଗଠନ କରାଯାଇଥିଲା ଏବଂ ହିତାଧିକାରୀଙ୍କ ତଥ୍ୟ ଅପଲୋଡ୍ କରିବା, ସମୟ ନିର୍ଘଣ୍ଟ କରିବା, ଟିକା ଆବଣ୍ଟନ, ଟୀକାକରଣ ଓ ହିତାଧିକାରୀଙ୍କୁ ଯୋଗାଯୋଗ ତଥା ଟୀକାକରଣ ବିବରଣୀ ସଂଗ୍ରହ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories