www.samajalive.in
Monday, December 8, 2025
14.1 C
Bhubaneswar

କଲେଜ ଲ୍ୟାବ ଆସିଷ୍ଟାଣ୍ଟଙ୍କ ସମ୍ପତ୍ତି ୧.୪୫ କୋଟି

ବ୍ରହ୍ମପୁର/ଚିକିଟି : ଗଞ୍ଜାମ ଜିଲା ଚିକିଟି କଲେଜର ଲାବ୍ରୋଟାରୀ ଆସିଷ୍ଟାଣ୍ଟ କୈଳାଶଚନ୍ଦ୍ର ମହାନ୍ତିଙ୍କ ଘରେ ମଙ୍ଗଳବାର ସକାଳୁ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଖବର ଲେଖା ହେବା ସୁଦ୍ଧା କୈଳାସ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ୧ କୋଟି ୪୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ । ସେହି କ୍ରମରେ ବ୍ରହ୍ମପୁର ଭିଜିଲାନ୍ସର ଏକାଧିକ ଟିମ ଆଜି କୈଳାଶଙ୍କ କଲେଜ କାର୍ଯ୍ୟାଳୟ ସମେତ, ଚିକିଟିଗଡରେ ଥିବା ପୈତୃକ ବାସଭବନ, ଶ୍ବଶୂର ଘର, ବ୍ରହ୍ମପୁରରେ ଥିବା ୨ ଟି ଫ୍ଲାଟ ଓ ଭୁବନେଶ୍ବରରେ ଥିବା ଏକ ଫ୍ଲାଟରେ ଏକକାଳୀନ ଚଢଉ କରିଥିଲେ । ଚଢଉ ବେଳେ ତାଙ୍କ ଘରୁ ନଗଦ ୨୦ ହଜାର ୫୭୦ ଟଙ୍କା, ୨ ଲକ୍ଷ ୧୯ ହଜାର ଟଙ୍କାର ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୮ ଲକ୍ଷ ଟଙ୍କା, ୪ ଲକ୍ଷ ମୂଲ୍ୟର ହୁଣ୍ଡାଇ କାର, ୧୩ ଲକ୍ଷ ୫୦ ହଜାର ମୂଲ୍ୟର ଟ୍ରକ, ୫ ଲକ୍ଷ ୫୫ ହଜାର ଟଙ୍କାର ଟ୍ରାକ୍ଟର, ଗୋଟିଏ ବାଇକ ଓ ସ୍କୁଟିକୁ ଠାବ କରାଯାଇଛି । କୈଳାଶଙ୍କ ପତ୍ନୀ ପ୍ରତିଭା ପଣ୍ଡାଙ୍କ ନାଁରେ ଭୁବନେଶ୍ବର ବିଜେବି ନଗର ପ୍ରାଣନାଥ ଏନକ୍ଳେଭରେ ଥିବା ଫ୍ଲାଟର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ବ୍ରହ୍ମପୁର ଶ୍ରୀ ଟାୱାରରେ ପ୍ରତିଭାଙ୍କ ନାଁରେ ଥିବା ଫ୍ଲାଟର ମୂଲ୍ୟ ୨୦ ଲକ୍ଷ ଟଙ୍କା, କୈଳାଶଙ୍କ ନାଁରେ ସ୍ପେକ୍ଟ୍ରମ କଲୋନୀରେ ଥିବା ଫ୍ଲାଟର ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ଓ ବ୍ରହ୍ମପୁର ହଳଦିଆପଦର ମୌଜାରେ ଠାବ ହୋଇଥିବା ୩ଟି ପ୍ଲଟର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ କହିଛି । କୈଳାସ ୨୦୦୮ରେ ଚିକିଟି କଲେଜରେ ଚୁକ୍ତିଭିତ୍ତିକ ଲାବ୍ରୋଟାରୀ ଆସିଷ୍ଟାଣ୍ଟ ଭାବେ ଚାକିରି ଆରମ୍ଭ କରିଥିବା ବେଳେ ୨୦୧୪ରେ ତାଙ୍କ ଚାକିରି ନିୟମିତ ହୋଇଥିଲା । ଏ ନେଇ ଅଧିକ ଖୋଳତାଡ ଜାରି ରହିଛି ବୋଲି ଭିଜିଲାନ୍ସ ଏସପି ଅନୀଲ କୁମାର ପାତ୍ର କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories