www.samajalive.in
Friday, December 12, 2025
26.1 C
Bhubaneswar

ପୁରୁଣାପାଣି ତଳସାହିରେ ଲୋକ ପାଇଁ ବିଲର ଚୁଆପାଣି ଭରସା

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲାରେ ଆଜି ବି ବହୁ ଗାଁ ଅଛି ଯେଉଁଠି ଲୋକ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇ ପାରୁନାହାନ୍ତି। ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ପ୍ରକୃତରେ ଏହା ଗ୍ରାମାଞ୍ଚଳରେ ପହଞ୍ଚି ପାରୁନି ଯୋଜନା ଯୋଜନାରେ ହିଁ ରହିଯାଉଛି। ଏବେ ବି ଲୋକଙ୍କ ପାଇଁ ବିଶୁଦ୍ଧ ପାଣି ସାତ ସ୍ବପ୍ନ ହୋଇ ରହିଛି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେଶଡିହା ପଞ୍ଚାୟତ  ଅନ୍ତର୍ଗତ ପୁରୁଣାପାଣି ଗାଁ ତଳସାହିରେ ଗ୍ରାମବାସୀ ଏବେ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି। ୫୦ରୁ ଊର୍ଦ୍ଧ୍ବ ପରିବାରର ୨୫୦ରୁ ଅଧିକ ଜନସଂଖ୍ୟା ଗ୍ରାମରେ ପିଇବା ପାଣି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଗ୍ରାମରେ ଥିବା ଗୋଟିଏ ନଳକୂପ ଅନେକ ଦିନ ହେଲା ଅଚଳ ହୋଇପଡି ଥିବାବେଳେ ଅନ୍ୟଟି ଅଧଘଣ୍ଟେ ମାରିଲେ ବାଲ୍‌ଟିଏ ପାଣି ମିଳୁଛି ଗ୍ରାମବାସୀ ଅଭିଯୋଗ କରି କରି ଥକି ପଡିଥିବା ବେଳେ କେହି ଶୁଣୁନାହାନ୍ତି।

ଗ୍ରାମବାସୀଙ୍କ ପାଣି ସମସ୍ୟା ବର୍ତ୍ତମାନର ନୁହେଁ, ବହୁଦିନର। ଟୋପାଏ ପାଣି ପାଇଁ କେତେବେଳେ ବିଲ ଚୁଆ ଅନ୍ୟ କେତେବେଳେ ନଦୀ ଝରଣ ପାଣି  ଉପରେ ବର୍ଷ ତମାମ ନିର୍ଭର କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ସାଲୁକା ସୁଣ୍ଡି, ପ୍ରଧାନ ସିଂ ଗାଗରାଇ, ମଙ୍ଗଲ ସିଂ ସୁଣ୍ଡି, ଠାକୁର ବାନ୍ଦିଆ, ସିଲାଇ ସୁଣ୍ଡି, ଶାନ୍ତି ଗାଗରାଇ, ସବିତା ସୋଏ ସୁନାରାମ ଗାଗରାଇ ଅନ୍ୟ ଗ୍ରାମବାସୀମାନେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories