www.samajalive.in
Saturday, December 13, 2025
26.1 C
Bhubaneswar

କିଶନ ନଗର ଚ୍ୟାଲେଞ୍ଜ ଟ୍ରଫି : କିଶନନଗର ଓ୍ବେଲୋକୁ ୯ ଓ୍ବିକେଟରେ ହରାଇ କିଶନନଗର ଗ୍ରୀନ ଚାମ୍ପିୟନ

କିଶନନଗର : କିଶନନଗର କ୍ରିକେଟ କ୍ଲବ ଆନୁକୁଲ୍ୟରେ କିଶନ ନଗର ଚ୍ୟାଲେଞ୍ଜ ଟ୍ରଫିର ତୃତୀୟ ସଂସ୍କରଣ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ହୋଇଯାଇଛି। ଯେଉଁଥିରେ କିଶନ ନଗରର ୪ଟି ଦଳ ବ୍ଲୁ , ଅରେଞ୍ଜ, ଗ୍ରୀନ ଓ ଓ୍ବେଲୋ ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ କିଶନ ନଗର ଓ୍ବେଲୋ ଓ ଗ୍ରୀନ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚରେ କିଶନନଗର ଗ୍ରୀନ ଦଳ ୯ ଓ୍ବିକେଟରେ ବିଜୟ ହାସଲ କରି ଚାମ୍ପିଆନ ହୋଇଥିଲା।

ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଦୁର୍ଗା ଚରଣ ପ୍ରଧାନ, ଏନସିସି ଶିକ୍ଷକ ସୁରେନ୍ଦ୍ର ନାଥ ମହାପାତ୍ର, ନିତ୍ୟାନନ୍ଦ ରାଉତ ଏବଂ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ଓ ରନର୍ସଅପ ଦଳକୁ ପୁରସ୍କୃତ କରାଯାଇଥିଲା। ସୁଧିର ସେନାପତି ମ୍ୟାନ ଅଫ ଦି ସିରିଜ ଓ ବେଷ୍ଟ ଫିଲଡର,ସୁରଜିତ ପରିଡା ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଖିରୋଦ ସେଠୀ, ତ୍ରିନାଥ ବେହେରା, ସୁରଜିତ ପରିଡା ଓ ସୁବାସ କୁମାର ସ୍ବାଇଁଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories