www.samajalive.in
Sunday, December 14, 2025
26.1 C
Bhubaneswar

ଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ତତ୍ପରତା

ଭୁବନେଶ୍ବର: ଭାରତରୁ ୬ ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ତତ୍ପର ହୋଇ ଉଠିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।

ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଂଜନ ମିଶ୍ରଙ୍କ ନିବେଦନ କରି କହିଛନ୍ତି ଯେ, ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ଦିଅନ୍ତୁ। କାରଣ ବହୁତ ନମ୍ବର ଭୁଲ ଅଛି। ୧୮ଟି ଜିଲ୍ଲାରୁ ବ୍ରିଟେନ ଫେରାନ୍ତାଙ୍କ ମଧ୍ୟରୁ ମୁଖ୍ୟତଃ ଭୁବନେଶ୍ୱରର। ସେମାନଙ୍କୁ ଖୋଜିବାକୁ ବିଏମସିର ଏକ ଟିମ ଯାଇଛନ୍ତି। ତେବେ ଭୟ କରିବାରେ କିଛି ନାହିଁ। ଆମେ କେବଳ ସେମାନଙ୍କ ଜିନମ ସିକ୍ୟୁନ୍ସି ଦେଖିବୁ। ସେମାନଙ୍କ ଏକାଡେମିକ ରିସର୍ଚ୍ଚ କରିବାକୁ ଖୋଜୁଛୁ।

- Advertisement -

ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ରିପୋର୍ଟ ଆମ ପାଖକୁ ଆସି ନାହିଁ। କେନ୍ଦ୍ର ସରକାର ଅବଗତ କରିବେ। ହେଲେ ଆମେ ନୂଆ ଷ୍ଟ୍ରେନ ନେଇ କେନ୍ଦ୍ରର ଏସଓପି ପାଳନ କରୁଛୁ। ଯେଉଁ ୮ ରୁ ୧୦ ଦେଶରେ ନୂଆ ଷ୍ଟ୍ରେନ ଦେଖାଯାଇଛି, ସେଠି ମୃତ୍ୟୁ ସଂଖ୍ୟା ବିଶେଷ ନାହିଁ। ବାହାରର ଫୋନ ନମ୍ବର ଯୋଗୁ କିଛି ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ମିଳି ପାରୁନି। ଆମେ ତାଙ୍କ ଘରକୁ RRT ପଠାଇଛୁ। ବାକି ଯେଉଁମାନେ ଟ୍ରେସ ହେଲେଣି, ସେମାନଙ୍କ ପରୀକ୍ଷା କରୁଛୁ। କିଛି ଘରୋଇ ହସ୍ପିଟାଲରେ ନିଜେ ଟେଷ୍ଟ କରିଛନ୍ତି। ଆମେ ଜୋନବାରି ମୋବାଇଲ ମେଡ଼ିକାଲ ଟିମ ପଠାଇଛୁ।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ପ୍ରାୟ ୩୩ ହଜାର ଯାତ୍ରୀ ବ୍ରିଟେନରୁ ଆସି ବିଭିନ୍ନ ଭାରତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ଦ୍ବାରା ଏହି ସବୁ ଯାତ୍ରୀମାନଙ୍କୁ ଟ୍ରେସ୍‌ କରାଯିବା ସହିତ ଆର ଆରଟି-ପିସିଆର ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୧୪ ବ୍ରିଟେନ ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ ଥିବା ସୂଚନା ମିଳିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories