www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରେମୀ ଯୁଗଳଙ୍କୁ ହତ୍ୟା କରି ଗଛରେ ଟଙ୍ଗାଇଦେଲେ !

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଳଗୁମ୍ ଅଞ୍ଚଳରେ ମଙ୍ଗଳବାର ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଦୁଇଜଣଙ୍କ ମୃତଦେହ ଜିପୁର ପ୍ରଧାନସାହି ପାଖ ଜାମୁ ଗଛରେ ଓହଳିଛି। ମୃତ ଯୁବକଙ୍କ ଦୁଇହାତ ପଛପଟୁ ବନ୍ଧାଯାଇଛି। ପ୍ରେମ ଘଟଣାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ଏକ ଅନର କିଲିଂ (ସମ୍ମାନ ପାଇଁ ହତ୍ୟା) ମାମଲା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି, ତେବେ ଏ ନେଇ ସ୍ପଷ୍ଟ କାରଣ ଜଣାପଡି ନାହିଁ। ଦୁହିଁଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ମୃତକଙ୍କ ଘର ସେହି ଗ୍ରାମର ପ୍ରଧାନସାହି ବୋଲି ଜଣାପଡିଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories