www.samajalive.in
Saturday, December 13, 2025
26.1 C
Bhubaneswar

ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ, ଟିଣ୍ଡରରେ ସମ୍ପର୍କ ବଢାଇଥିଲା ଅଭିଯୁକ୍ତ

ମହାରାଷ୍ଟ୍ର: ମହାରାଷ୍ଟ୍ର ପୁଲିସ କଲେୱାଡିର ଏକ ପୋଷାକ ଦୋକାନର ମାଲିକଙ୍କୁ ଗିରଫ କରିଛି। ଉକ୍ତ ଦୋକନୀ ମାଲିକ ବିରୋଧରେ ୨୬ ବର୍ଷୀୟ ଜଣେ ବୟସ୍କ ଏୟାର ହୋଷ୍ଟେସ ବଳାତ୍କାର ଓ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି। ଏୟାର ହୋଷ୍ଟେସ୍ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ଅଭିଯୁକ୍ତ ଦୋକାନ ମାଲିକ ଶନିବାର ରାତିରେ ତାଙ୍କୁ ତାଙ୍କ ଘରକୁ ଡାକି ବଳାତ୍କାର କରିଥିଲା। ଅନଲାଇନ୍ ଡେଟିଂ ଆପ୍ ଟିଣ୍ଡର ମାଧ୍ୟମରେ ଦୁହେଁ ପରସ୍ପରକୁ ଭେଟିଥିଲେ।

- Advertisement -

ଏହି ପ୍ରସଙ୍ଗରେ ୱାକଡ ପୁଲିସର ବରିଷ୍ଠ ଇନ୍ସପେକ୍ଟର ବିବେକ ମୁଙ୍ଗାଲିକର କହିଛନ୍ତି ଯେ, ମହିଳା ଜଣକ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲା। ତାଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲା ​​ଏବଂ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲା। ତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବିରୋଧରେ ପୁଲିସ ଧାରା ୩୭୬ (ଦୁଷ୍କର୍ମ), ୩୮୫ (ନିର୍ଯାତନା ପାଇଁ ଜଣେ ବ୍ୟକ୍ତିଙ୍କୁ ଆଘାତର ଭୟ ଦେଖାଇବା), ୩୬୬ ଜଣେ ମହିଳାଙ୍କୁ ଅପହରଣ କିମ୍ବା ତାଙ୍କୁ ବିବାହ କରିବାକୁ ବାଧ୍ୟ କରିବା ଭଲି ଦଫାଲଗାଇ ଗିରଫ କରିଛି।

ୱାକଡ ପୁଲିସର ସବ୍-ଇନ୍ସପେକ୍ଟର ସଂଗୀତା ଗୋଡେ କହିଛନ୍ତି, ଅଭିଯୋଗକାରୀ ଏକ ଘରୋଇ ବିମାନରେ ଜଣେ ଏୟାର ହୋଷ୍ଟେସ ଭାବେ କାର୍ଯ୍ୟରତ। ସେ ଗତ ତିନିବର୍ଷ ଧରି ପୁଣେରେ ରହୁଥିଲେ। ଶନିବାର ଦିନ ସେ ଛୁଟି ଥିବାରୁ ସେ ଅପରାହ୍ନରେ ଏକ ଡେଟିଂ ଆପ ମାଧ୍ୟମରେ ସନ୍ଦିଗ୍ଧଙ୍କୁ ଭେଟିଥିଲେ। ଦୁହେଁ ପ୍ରଥମେ ହିଞ୍ଜେୱାଡି ରେସ୍ତୋରାଁରେ ସାକ୍ଷାତ ହୋଇ ମଦ୍ୟପାନ କରିଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ କଲେୱାଡିସ୍ଥିତ ତାଙ୍କ ଘରକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିବାରୁ ଚେଷ୍ଟା କରିଥିଲା। ଯେତେବେଳେ ମହିଳା ଜଣକ ବିରୋଧ କରିଥିଲେ, ସେ ତାଙ୍କୁ ଖରାପ ବ୍ୟବହାର ସହ ମାଡ଼ ମାରିଥିଲା। ପରେ ଅଭିଯୁକ୍ତ ଉକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା।

 

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories