www.samajalive.in
Monday, December 8, 2025
13.1 C
Bhubaneswar

ସିଆରପିଏଫ ପ୍ରସ୍ତୁତ କରିବ ‘ଅଜେୟ’ କୌଶଳ; ଶତ୍ରୁଙ୍କୁ ମିଳିବନି ନିସ୍ତାର

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଦେଶର ସବୁଠୁ ବଡ଼ ଶତ୍ରୁ। ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଏମାନେ ବଡ଼ ବିପଦ। ଦେଶରେ ଶାନ୍ତି ଭଙ୍ଗ କରିବା ପଛରେ ଏମାନଙ୍କର ରହିଛି ପ୍ରମୁଖ ଭୂମିକା। ତେଣୁ ଏମାନଙ୍କ ମୂଳୋତ୍ପାଟନ ଲାଗି ପ୍ରସ୍ତୁତ ହେଉଛି କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀ ସିଆରପିଏଫ। ସିଆରପିଏଫ ପକ୍ଷରୁ ଯବାନମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଯୋଦ୍ଧା ଟିମ୍‌ ପ୍ରସ୍ତୁତ କରାଯିବ। ଏହି ଟିମ୍‌ ଯେଉଁ ଜ୍ଞାନକୌଶଳରେ ଯୁଦ୍ଧ ଉପକରଣ ପ୍ରସ୍ତୁତ କରିବ ସେହି କୌଶଳ ‘ଅଜେୟ’ ନାମରେ ଜଣାଯିବ। ଅଜେୟ ଅର୍ଥାତ ଯାହାକୁ ପରାସ୍ତ କରାଯାଇ ପାରିବ ନାହିଁ। ଏଥିପାଇଁ ଗବେଷଣା ଉପରେ ଧ୍ୟାନ ଦିଆଯିବ ବୋଲି ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

India Army file Photo PTI

ଏହି ଯୋଜନା ଲାଗି ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ଏବଂ ଆଇଆଇଟି ମିଳିତ ଭାବେ କାମ ଆରମ୍ଭ କରିଛନ୍ତି। ସିଆରପିଏଫ ଯୋଦ୍ଧାମାନଙ୍କ ଦ୍ବାରା ପ୍ରସ୍ତୁତ କୌଶଳ ‘ଅଜେୟ’ ଦ୍ବାରା ଶତ୍ରୁଙ୍କୁ କଡ଼ା ଜବାବ ଦିଆଯାଇପାରିବ। ବିଶେଷ କରି ଆତଙ୍କବାଦୀ ତଥା ନକ୍ସଲମାନଙ୍କୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରାଯାଇପାରିବ। କେବଳ ଏତିକି ନୁହେଁ, ସିଆରପିଏଫର ଟପ୍‌ ଇଞ୍ଜିନିୟର ଯୋଦ୍ଧାମାନଙ୍କୁ ଡିଆରଡିଓ ଲ୍ୟାବ୍‌ରେ କାମ କରିବାର ସୁଯୋଗ ମଧ୍ୟ ମିଳିବ।

- Advertisement -

ସିଆରପିଏଫରେ ଯେଉଁ ଯୁବ ଅଧିକାରୀମାନେ ଭର୍ତ୍ତି ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଟେକ୍‌ ଏବଂ ଏମଟେକ୍‌ ଡିଗ୍ରୀଧାରୀ। ଅନ୍ୟପଟେ ସିଆରପିଏଫରେ ସାଧାରଣ ଡ୍ୟୁଟି ବ୍ୟତୀତ ଏଭଳି ଅନେକ ପଦବୀ ରହିଛି, ଯେଉଁଠି ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଅଧିକାରୀ ବହୁତ ଭଲ କାମ କରିପାରିବେ। ଏଭଳି ପଦବୀ ଭିତରେ ଗୋଟିଏ ହେଉଛି ଟ୍ରାନ୍ସପୋର୍ଟ ୱିଙ୍ଗ, ଯେଉଁଥିରେ ମାଇନିଂ ପୋଟେକ୍ଟେଡ୍‌ ଭେହିକଲ ସାମିଲ ରହିଛି। ସେହିପରି ଡ୍ରୋନ୍‌ ଟେକ୍‌ନିକ୍‌, ଆଇଇଡି ନିଷ୍କ୍ରିୟ କରିବା, ଜଙ୍ଗଲ ଯୁଦ୍ଧରେ ଆବଶ୍ୟକ ଉପକରଣ ଏବଂ ସଞ୍ଚାର ଆଦି କୌଶଳ ରହିଛି।

ଏସବୁ ପଦବୀରେ ବର୍ତ୍ତମାନ ସୁଦ୍ଧା ସାଧାରଣ ଡ୍ୟୁଟି କରୁଥିବା ଅଧିକାରୀ ନିୟୋଜିତ ହେଉଛନ୍ତି। ସିଆରପିଏଫର ସମ୍ପୃକ୍ତ ଅଧିକାରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସିଆରପିଏଫ ନିଜସ୍ବ କୌଶଳରେ ଯୋଦ୍ଧାଙ୍କୁ ପ୍ରସ୍ତୁତ କରିବାର ଯୋଜନା କରିଛି। ଏଥିପାଇଁ ଡିଆରଡିଓ ଏବଂ ଆଇଆଇଟି ସହିତ ସହବନ୍ଧନ ହୋଇଛି। ସିଆରପିଏଫର ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ୩୦ ଅଧିକାରୀଙ୍କୁ ଆଇଆଇଟି ପଠାଯିବ। ସେଠାରେ ସେମାନେ ଏକ ୩ ମାସିଆ କୋର୍ସ କରିବେ। ଶୀର୍ଷରେ ଯେଉଁ ୫ ପ୍ରତିଶତ ଅଧିକାରୀ ରହିବେ ସେମାନେ ଏମଟେକ୍‌ ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ରିସର୍ଚ୍ଚ ପାଇଁ ସୁଯୋଗ ଦିଆଯିବ। ତା’ ସହିତ ଫିଲ୍ଡ ଟ୍ରେନିଂ ମଧ୍ୟ ଦିଆଯିବ।

ସମ୍ପୃକ୍ତ ଅଧିକାରୀ କହିଛନ୍ତି, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେକ୍‌ ଇନ୍‌ ଇଣ୍ଡିଆ ପ୍ରୋଗ୍ରାମ ଉପରେ ଅଧିକ ଫୋକସ କରୁଛନ୍ତି। ଏଥିପାଇଁ ସିଆରପିଏଫ ମଧ୍ୟ ଏହି ନୀତିକୁ ଅନୁସରଣ କରି ଜ୍ଞାନକୌଶଳରେ ବିକଶିତ ଯୋଦ୍ଧାଙ୍କୁ ପ୍ରସ୍ତୁତ କରିବ। ଏଥିପାଇଁ ଡିଆରଡିଓ ଏବଂ ଆଇଆଇଟି ସହିତ ମିଶି ସିଆରପିଏଫ କାମ କରିବ। ଏହି ସଂଗଠନଗୁଡ଼ିକର ପ୍ରଶିକ୍ଷିତ ବିଶେଷଜ୍ଞ ଅଧିକାରୀ ସିଆରପିଏଫକୁ ସବୁ କ୍ଷେତ୍ରରେ ବୈଷୟିକ ସହାୟତା ଯୋଗାଇ ପାରିବେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories