www.samajalive.in
Saturday, December 13, 2025
26.1 C
Bhubaneswar

ବକ୍ସିଂ ଡେ’ ଟେଷ୍ଟରେ ଭାରତର ଐତିହାସିକ ବିଜୟ

ମେଲବର୍ଣ୍ଣ: ମେଲବର୍ଣ୍ଣ ବକ୍ସିଂ ଡେ’ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହାସଲ କରିଛି। ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କ କ୍ୟାପଟେନ୍ସିରେ ଜବରଦସ୍ତ ବୋଲିଂ ସାଙ୍ଗକୁ ବ୍ୟାଟିଂ କରି  ୮ ୱିକେଟରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ହରାଇଛି ଭାରତ। ଭାରତକୁ ୭୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୧ରେ ବରାବର ହୋଇଛି।

ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୦୦ ରନରେ ଅଲଆଉଟ ହୋଇ ଭାରତକୁ ୭୦ ରନର ଟାର୍ଗେଟ୍ ଦେଇଥିଲା। ଏହି  ଲକ୍ଷ୍ୟକୁ ପିଛା କରି ଭାରତ ୧୫.୫ ଓଭରରେ ୨ ୱିକେଟ୍ ହରାଇ ଏହି ୭୦ ରନ୍କରି ବିଜୟୀ ହୋଇଛି। ଭାରତ ଆରମ୍ଭରୁ ମୟଙ୍କ ଅଗ୍ରୱାଲ୍ ଓ ଚେତେଶ୍ୱର ପୂଜାରାଙ୍କ ୱିକେଟ୍ ହରାଇଥିଲା। କିନ୍ତୁ  ଶୁବମନ୍ ଗିଲ୍ ଓ କ୍ୟାପଟେନ ରାହାଣେ ଚମତ୍କାର ବ୍ୟାଟିଂ କରି ଭାରତକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି। ବ୍ୟକ୍ତିଗତ ଭାବେ ଗିଲ ୩୫ ଓ  କ୍ୟାପଟେନ ରାହାଣେ ୨୭ ରନ କରି ଅପରାଜିତ ରହି ଭାରତରୁ ୨୦୨୦ ବର୍ଷର ଶେଷ ମ୍ୟାଚ ଜିତାଇଛନ୍ତି।

- Advertisement -

ମୟଙ୍କ ଅଗ୍ରଓ୍ବାଲ ୫ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ପୂଜାରା ପ୍ୟାଟ୍ କମିନ୍ସଙ୍କ ବଲରେ ୩ରନ କରି ଆଉଟ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories