ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୁଧୀରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ବଲାଙ୍ଗୀର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ, ରୁଗୁଡ଼ିପଡ଼ା ସ୍ଥିତ ସଂପର୍କୀୟଙ୍କ ଘରେ ଓ ବିଡିସିସି ବ୍ୟାଙ୍କରେ ଏକକାଳୀନ ଚଢାଉ ଜାରି ରହିଛି। ଏହି ଚଢ଼ାଉରେ ବଲାଙ୍ଗୀର, ବରଗଡ, ସୋନପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି। ଚଢାଉ ବେଳେ ସୁନା, ନଗଦ ଟଙ୍କା, ୩ଟି ଜମି କାଗଜପତ୍ର , ବ୍ୟାଙ୍କ ପାସବୁକ୍ ଜବତ ହୋଇଛି। ପୂର୍ବରୁ ସୁଧୀର ନନ୍ଦଙ୍କ ନାଁରେ ଅନେକ ଅଭିଯୋଗ ରହିଛି ।
Popular Categories



