www.samajalive.in
Saturday, December 13, 2025
14.1 C
Bhubaneswar

୨୫୦୦ ହେକ୍ଟର ଚାଷ ଜମିକୁ ନିରନ୍ତର ଜଳସେଚନ, ସୁନାମୁଖୀ ନଦୀ ଉପରେ ନିର୍ମାଣ ହେବ କଣ୍ଟ୍ରୋଲ୍‌ ଷ୍ଟ୍ରକଚର

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ସ୍ଥାନୀୟ ରାଜୀବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମଗିରି ବ୍ଲକ୍‌ର ନରସିଂହପାଟଣା, ଜଗନ୍ନାଥ ପାଟଣା, ବଳଭଦ୍ର ପାଟଣା ଓ ବରୁଡି ମଉଜାର ପ୍ରାୟ ୨୫୦୦ ହେକ୍ଟର ଚାଷ ଜମିକୁ ନିରନ୍ତର ଜଳସେଚନ ତଥା ଲୁଣାପାଣି ପ୍ରଭାବରୁ ମୁକ୍ତକରି ଚାଷ ଜମି ପାଇଁ ଜଳସେଚନ କରିବା ଉଦ୍ଦେଶ୍ୟରେ ସୁନାମୁଖୀ ନଦୀ ଉପରେ ଏକ କଣ୍ଟ୍ରୋଲ୍‌ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନଧରି ସୁନାମୁଖୀ ନଦୀ ଉପରେ ଏକ କଣ୍ଟ୍ରୋଲ୍‌ ଷ୍ଟ୍ରକଚର ନିର୍ମାଣ କରିବା ଉପରେ ଜନସାଧାରଣ ଦାବି କରି ଆସୁଥିଲେ। ସମୁଦ୍ର ଓ ଚିଲିକାର ଲୁଣାପାଣି ଜୁଆର ସମୟରେ ମାଡିଯାଇ ସୁନାମୁଖୀ ଜଳଉତ୍ସ ଲବଣାକ୍ତ ହୋଇ ଚାଷ ପାଇଁ ଅନୁପଯୁକ୍ତ ହେବା ସହିତ ପିଇବା ପାଣିର ସମସ୍ୟା ଉତ୍କଟ ଅବସ୍ଥାରେ ଥିଲା। ଆଜି ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିର୍ବାଚନ ମଣ୍ଡଳୀର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବ।

 

- Advertisement -

ଦୀର୍ଘ ଦିନଧରି ପୁରୀ ଜିଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାର୍ଗବୀ ନଦୀର ମାଳିସାହିଠାରେ ଏକ ହାଇଲେବୁଲ୍‌ ସେତୁ ନିର୍ମାଣ ପାଇଁ ଆଜି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ନାବାର୍ଡ ସହାୟତାରେ ଏହି ସ୍ଥାନରେ ଏକ ହାଇଲେବୁଲ୍‌ ସେତୁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇ ଦୀର୍ଘଦିନ ଧରି ଅସଂପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଏହି ବ୍ରିଜ୍ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଗମନାଗମନକୁ ଦୃଷ୍ଟିରେ ରଖି ତୁରନ୍ତ ଅର୍ଦ୍ଧନିର୍ମିତ ସେତୁର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି।
ଜଳସେଚନ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ବନ୍ୟା ନିୟନ୍ତ୍ରଣ ତଥା ଅବବାହିକା ପରିଚାଳନା ମୁଖ୍ୟଯନ୍ତ୍ରୀ ଇଂ.ସୁଶାନ୍ତ କୁମାର ରଥ, ଜଳ ନିଷ୍କାସନ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ବିକ୍ରମ କେଶରୀ ସ୍ୱାଇଁ ଏବଂ ଯୋଜନା ଓ ସଂଯୋଜନ ବିଭାଗର ଅନୁଶାସନ ସଚିବ ଅଭୟ କୁମାର ମହାନ୍ତି ଉପସ୍ଥିତ ଥିଲେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories