www.samajalive.in
Saturday, December 13, 2025
21.1 C
Bhubaneswar

ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର: ନିଯୁକ୍ତି ନିମନ୍ତେ ସାରା ଦେଶରେ ଆସନ୍ତା ବର୍ଷଠାରୁ ଅନଲାଇନ ଏକକ ଯୋଗ୍ୟତା ପରୀକ୍ଷା

 

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ନିମନ୍ତେ ଆସନ୍ତାବର୍ଷଠାରୁ ଏକ ଏକକ ଯୋଗ୍ୟତା ପରୀକ୍ଷା (କମନ ଏଣ୍ଟ୍ରାନ୍ସ ଟେଷ୍ଟ) । ଏଥିରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ନିମନ୍ତେ ସର୍ଟଲିଷ୍ଟ କରାଯିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏ ସମ୍ପର୍କରେ ସୋମବାର ଘୋଷଣା କରିଛନ୍ତି । ସରକାରୀ ନିଯୁକ୍ତିରେ ସ୍ବଚ୍ଛତା ଆଣିବା ପାଇଁ ଅନଲାଇନରେ ଏହି ପରୀକ୍ଷା କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

- Advertisement -

ସାଧାରଣ ଯୋଗ୍ୟତା ପରୀକ୍ଷା କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ ଗଠନ କରାଯାଇଛି ବୋଲି କର୍ମଚାରୀ ମନ୍ତ୍ରୀ ସିଂ କହିଛନ୍ତି। ଏନଆରଏ ଏକ ବହୁମୁଖୀ ସଂସ୍ଥା ହେବ ଯାହା ଗ୍ରୁପ୍-ବି ଏବଂ ସି (ଅଣ-ବୈଷୟିକ) ପଦ ପାଇଁ ପ୍ରାର୍ଥୀଙ୍କୁ ସ୍କ୍ରିନ ଏବଂ ସର୍ଟଲିଷ୍ଟ କରିବା ପାଇଁ ସାଧାରଣ ପରୀକ୍ଷା କରିବ। ଏହି ସଂସ୍କାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ପରୀକ୍ଷା କେନ୍ଦ୍ର ରହିବ, ଯାହାକି ଦୂରଦୂରାନ୍ତରେ ରହୁଥିବା ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିବେ ।

ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଏହି  ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଜାତୀୟସ୍ତରରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରିବ । ଦ୍ବିତୀୟତଃ  ମହିଳା ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହା ମଧ୍ୟ ସୁବିଧାଜନକ ହେବ । ଏନଆରଏ ଦ୍ବାରା ଏହି ପରୀକ୍ଷା ୨୦୨୧ର ଦ୍ବିତୀୟାର୍ଦ୍ଧରେ ହେବ ବୋଲି ଶ୍ରୀ ସିଂହ କହିଛନ୍ତି ।

ନେସନାଲ ରିକ୍ରୁଟମେଣ୍ଟ ଏଜେନ୍ସି (ଏନଆରଏ) ଏକ ସ୍ବାଧୀନ ଓ ସ୍ବୟଂଶାସିତ ସଙ୍ଗଠନ ହେବ ଏବଂ ଏହା ସମସ୍ତ ନିଯୁକ୍ତି ସଂକ୍ରାନ୍ତ ପରୀକ୍ଷା ପରିଚାଳନା କରିବ । ବିଭିନ୍ନ ରାଜ୍ୟର କର୍ମଚାରୀ ଚୟନ ଆୟୋଗ, ଷ୍ଟେଟ ସିଲେକ୍ସନ ବୋର୍ଡ଼,  ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମଧ୍ୟ ଏଥିରୁ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ନେଇ ପାରିବେ । ଏହି ସଂସ୍ଥାଗୁଡ଼ିକ ସେମାନଙ୍କ ଆବଶ୍ୟକତା ଆଧାରରେ ଏନଆରଏ ଚୂଡ଼ାନ୍ତ ତାଲିକାରୁ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇ ପାରିବେ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories