www.samajalive.in
Saturday, December 13, 2025
26.1 C
Bhubaneswar

ମହଙ୍ଗା ପଡିଲା ଫେସବୁକ୍‌ରୁ ପ୍ରେମ : ବ୍ରେକଅପ ପରେ ଯୁବତୀଙ୍କ ଫଟୋ ଭାଇରାଲ ଧମକ ଦେଲେ ଯୁବକ

ବୁର୍ଲା : ପ୍ରଥମେ ଫେସବୁକରୁ ଚାଟିଂ କରି ପ୍ରେମ ନିବେଦନ ପରେ ପ୍ରେମ ପଡି ଯୁବକ ଯୁବତୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫୋନରେ କଥା ବର୍ତ୍ତା ପରେ ଭିଡିଓ କଲିଂରେ କଥା ବାର୍ତ୍ତା ହୋଇଥିଲା। ଏହି ଭିଡିଓ କଲିଙ୍ଗ ସମୟରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ସ୍କ୍ରିନ ସଟ ମାରି ନିଜ ମୋବାଇଲରେ ସେଭ କରି ପୁରୁଷ ବନ୍ଧୁ ଯୁବକ ଜଣକ ରଖି ଦେଇଥିଲେ। ତେବେ ବ୍ରେକ୍‍ଅପ ପରେ ଉକ୍ତ ଫଟୋ ଗୁଡିକୁ ଭାଇରାଲ କରିବା ପାଇଁ ଧମକ ଦେବା ଯୁବକ ଜଣକ ଆରମ୍ଭ କରିଥିଲେ। ଯୁବତୀ ଜଣକ ବୁର୍ଲା ଥାନାର ଦ୍ୱାରସ୍ତ ହୋଇଥିଲେ। ତେବେ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ସୋନପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମର ଉକ୍ତ ଯୁବକ ବା ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ବୁର୍ଲା ପୁଲିସ ଗତକାଲି ଉଠାଇ ଆଣି ଥାନାରେ ପଚରା ଉଚୁରା କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ମତେ ବୁର୍ଲା ସହରର ଜଣେ ଯୁବତୀଙ୍କ ସହିତ ସୋନପୁର ଜିଲ୍ଲାର ଜଣେ କଲେଜ ପଢୁଆ ଯୁବକଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଢିଉଠିଥିଲା। ଉଭୟେ ପ୍ରଥମେ ଫେସବୁକରୁ ପରିଚିତ ହୋଇ ଆରମ୍ଭ କରିଥିଲେ କଥା ବାର୍ତ୍ତା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ ହୋଇ ଥିଲା। ଉଭୟ ଫୋନରେ ଭିଡିଓ କଲିଙ୍ଗ କରି କଥା ବାର୍ତ୍ତା ମଧ୍ୟ ଚାଲିଥିଲା। ବାରାମ୍ବାର ଭିଡିଓ କଲିଂରେ କଥାବାର୍ତ୍ତା ବେଳେ ଯୁବତୀଙ୍କ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଯୁବକ ଜଣକ ନିଜ ଫୋନରେ ସେଭ କରି ରଖିଥିଲେ। ତେବେ ଧିରେ ଧିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ରହିଥିବା ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଯାଇଥିଲା। ଏହାପରେ ଯୁବକ ଜଣକ ଯବତୀଙ୍କୁ ଉକ୍ତ ଅଶ୍ଲୀଳ ଫଟୋ ଦେଖାଇ ବ୍ଲାକମେଲିଙ୍ଗ କରିବା ଆରମ୍ଭ କରିଦେଇଥିଲେ। ତେବେ ଯୁବତୀ ଜଣକ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଥିଲେ। ତେବେ ପୁଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ଉଭୟ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବୁର୍ଲା ଥାନା ସୁତ୍ରରୁ ପ୍ରକାଶ ପାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories