www.samajalive.in
Sunday, December 14, 2025
23.1 C
Bhubaneswar

ବିଜୁ ପକ୍କାଘର ପୋଷ୍ଟର ପୋଡିବା ସହ ପିପିଲି ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ

ପିପିଲି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ଘର ସମ୍ମୁଖରେ ବିଜୁ ପକ୍କାଘର ଯୋଜନାର ଫଳକ ଲଗାଯିବା ଘଟଣାକୁ ବିରୋଧ କରି ସୋମବାର ବିଜେପି ପକ୍ଷରୁ ପିପିଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସେଠାରେ ବିଜୁ ପକ୍କାଘର ପୋଷ୍ଟରକୁ ନିଆଁ ଲଗାଇ ପୋଡା ଯାଇଥିଲା।

ସୂଚନା ଅନୁଯାଇ, ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ, ନେତା ଓ ସମର୍ଥକମାନେ ପିପିଲି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟାକାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଶ୍ରୀପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗଦେଇଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ ଯେ, ଫଣି’ ବାତ୍ୟାରେ ଅନେକ କ୍ଷତିଗ୍ରସ୍ତ ବିପନ୍ନ ମାନଙ୍କୁ ସହାୟତା ରାଶୀ ପ୍ରଦାନ କରାଯାଇନଥିବା ବେଳେ ଅନେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅଚଳ କରାଯାଇଛି। ଫଳରେ କରୋନା ମହାମାରୀ ସମୟରେ ସେହି ବ୍ୟାଙ୍କ ଖାତାକୁ ଆସିଥିବା କେନ୍ଦ୍ର ସରକାରଙ୍କ ସହାୟତା ରାଶିକୁ ମଧ୍ୟ ହିତାଧିକାରୀମାନେ ଉଠାଇ ପାରିଲେ ନାହିଁ। ତୁରନ୍ତ ଫଣି’ କ୍ଷତିଗ୍ରସ୍ତ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବା, ହିତାଧିକାରୀଙ୍କ ଅଚଳ ବ୍ୟାଙ୍କ ଆକାଉଣ୍ଟକୁ ସଚଳ କରାଯିବା, ସାତଶଙ୍ଖ ଠାରେ ଥିବା ଅଚଳ ଶୀତଳଭଣ୍ଡାରକୁ ତୁରନ୍ତ ମରାମତି କରାଯାଇ ତାକୁ ଯଥାଶିଘ୍ର କାର୍ଯ୍ୟକ୍ଷମ କରାଯିବାକୁ ସେମାନେ ଦାବି କରିଥିଲେ।

- Advertisement -

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାର ସଠିକ ପରିଚାଳନାରେ ପ୍ରଶାସନ ସହଯୋଗ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଶ୍ରୀପଟ୍ଟନାୟକ ଚେତାବନି ଦେଇଥିଲେ। ଏସଂପର୍କିତ ଏକ ଦାବିପତ୍ରକୁ ପିପିଲିର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ ସମାବେଶରେ ପୁରୀ ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ କୁମାର ପ୍ରଧାନ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସୁଧିର ବିଶ୍ୱାଳ, ପ୍ରଦୀପ ପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ସାହୁ, ବରିଷ୍ଠ ନେତା ସୁକାନ୍ତ ଦାଶ, ସରପଞ୍ଚ ଶୁଭାଶିଷ ରଥ, ଯୁବମୋର୍ଚ୍ଚା ସଭାପତି ଦେବୀପ୍ରସାଦ ମଲ୍ଲିକ, ଆଲେଜହୁର ଖାଁ, ଯୁବନେତା ଦେବପ୍ରସାଦ ତ୍ରିପାଠୀ, ସୁଶାନ୍ତ ସ୍ୱାଇଁ, ଗଦାଧର ପରିଡା, ବିଜୟ ବେହେରା, ବିଜୟ ରତନ ଜେନା, ମହିଳାନେତ୍ରୀ ରେଣୁପ୍ରୀୟା ନାୟକ ପ୍ରମୁଖ ସାମିଲ ଥିଲେ।
ଫଟୋ ଆଟାଚ ଅଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories