www.samajalive.in
Saturday, December 13, 2025
26.1 C
Bhubaneswar

ଚିଟଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ବିରୋଧରେ କଂଗ୍ରେସର ତ୍ରିରଙ୍ଗା ଯାତ୍ରା; ଘେରିଲା ସିବିଆଇ ଅଫିସ

ଭୁବନେଶ୍ୱର:  କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆରମ୍ଭ ହୋଇଛି ତ୍ରିରଙ୍ଗା ଯାତ୍ରା । ଚିଟଫଣ୍ଡ ମାମଲାର ଅନୁସନ୍ଧାନରେ ସ୍ଥାଣୁତା ବିରୋଧରେ ସିବିଆଇ କାର୍ଯ୍ୟାଳୟ ଘେରିଛି କଂଗ୍ରେସ । ଓଡିଶାରେ ବିଭିନ୍ନ ଅପରାଧିକ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇର ଶିଥିଳତା ପାଇଁ ଲୋକେ ନ୍ୟାୟ ପାଇପାରୁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଚିଟ୍‍ଫଣ୍ଡ ସମେତ ମାଧବୀଲତା, ଇତିଶ୍ରୀ ଓ ସସ୍ମିତା ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତରେ ସିବିଆଇ ତଦନ୍ତରେ ମନ୍ଥରତା ଯୋଗୁଁ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା କଂଗ୍ରେସ କହିଛି ।

- Advertisement -

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ  ରାଜ୍ୟରେ ଚିଟ୍‍ଫଣ୍ଡ କେଳେଙ୍କାରୀରେ ବିଜେଡି ସରକାରଙ୍କର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ସଂପୃକ୍ତ ଅଛନ୍ତି। ଅନେକ ମାମଲାରେ ସେମାନେ ଗିରଫ ହୋଇ ଜେଲ୍‍ ଯାଇଛନ୍ତି। ମାମଲା ସିବିଆଇ ପାଖରେ ଅନୁସନ୍ଧାନ ପାଇଁ ଦୀର୍ଘଦିନ ଧରି ପଡିରହିଛି। ହେଲେ କେନ୍ଦ୍ରର ମୋଦୀ ସରକାରଙ୍କ ସହ ରାଜ୍ୟ ବିଜେଡି ସରକାରଙ୍କର ଭିତିରି ବୁଝାମଣା ପାଇଁ ଏହିପରି ସଂଗୀନ ମାମଲାର ତଦନ୍ତ ଆଗେଇ ପାରୁନାହିଁ ଏବଂ ପୁରସ୍କାର ସ୍ୱରୂପ ସଂସଦରେ ବିଭିନ୍ନ ବିଲ୍‍କୁ ବିଜେଡିର ସମର୍ଥନ ସହ ରାଜ୍ୟସଭା ନିର୍ବାଚନଗୁଡିକରେ ମଧ୍ୟ ଉଭୟ ଦଳର ବୁଝାମଣା ଭିତିରେ ବିଜେପିର ନେତାମାନେ ଫାଇଦା ହାସଲ କରୁଛନ୍ତି। ଲୋକ ଦେଖାଣିଆ ଭାବେ ସିବିଆଇ ତଦନ୍ତର ନାରା ଦେଇ ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଥିବା ବିଜେଡି ସରକାରଙ୍କ ପ୍ରକୃତ ମୁଖା ଖୋଲିବା ପାଇଁ ଆଜି ଏହି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଥିଲେ ।

ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ  ଜଗନ୍ନାଥ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ ପ୍ରମୁଖ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ଏହି ଘେରାଉ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍‍ ଦାସ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଚିନ୍ମୟ ଦାସ, ମାନସ ଆଚାର୍ଯ୍ୟ, ରାଜୀବ ପଟ୍ଟନାୟକ, ରଂଜିତ ପାତ୍ର, ଅଶୋକ ଦାସ, ମୋହନ ଜେନା, ଗୀତାଞ୍ଜଳି ମହାନ୍ତି, ଜୟକୃଷ୍ଣ ସୁୁବୁଦ୍ଧି, ମିହିର ଆଚାର୍ଯ୍ୟ, ସଂକୁନା କହଁର, ଦୀପକ ମହାପାତ୍ର, ଏସ୍‍କେ ଅଫତାବ ଅଲ୍ଲୀ, ମନୋଜ ସାହୁ, ଶ୍ରିୟା ମହାନ୍ତି, ମନୋରଞ୍ଜନ ଜେନା, ପ୍ରମେଶ ସାହୁ, ଶ୍ରିୟା ପଣ୍ଡା, ସେକ ତାକ୍ୱିନ୍‍, ଦେବରାଜ ମିଶ୍ର, ହଳଧର ସେଠୀ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, ଆଲୋକ ମହାନ୍ତି, କୈଳାସ ସାହୁ, ପ୍ରକାଶ ମହାନ୍ତି, ନିରୁପମା ପାତ୍ର, କନକ ମଲିକ, ଜୟକୃଷ୍ଣ ମଲିଆ, ଜ୍ୟୋତିଷ ସାହୁ, କୁଳମଣି ସାହୁ, ପ୍ରସନ୍ନ ପାଇକରାୟ, ସୁଭଦ୍ରା ମିଶ୍ର, ଅଶୋକ ସାହୁ, ମୁନି ଥାପା, ଉର୍ବଶ୍ରୀ ମିଶ୍ର ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories