www.samajalive.in
Monday, December 8, 2025
17.1 C
Bhubaneswar

ଖୋଲା ଆକାଶ ତଳେ ପଡିଛି ୧୩ ଲକ୍ଷ ବସ୍ତା ଧାନ; ଲକ୍ଷ୍ୟ ପୂରଣ ଦର୍ଶାଇ କିଣୁନାହାନ୍ତି ମିଲର

ପଦ୍ମପୁର: ପଦ୍ମପୁର ଉପ ଖଣ୍ତ ବିଭିନ୍ନ ମଣ୍ତିରେ ୧୨ଲକ୍ଷ ୯୬ ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଉପଖଣ୍ତରେ ୭୦ଟ ଧାନ କ୍ରୟ କେନ୍ଦ୍ର ରହିଛି। ପ୍ରଶାସନ  ପକ୍ଷରୁ ମିଲର୍ସମାନଙ୍କୁ ଦିଆଯାଇଥିବା  ଆବଶ୍ୟକ ଟାର୍ଗେଟ ପୂରଣ ହୋଇ ଯାଇଛି। ତେଣୁ ମଣ୍ତିରେ ଧାନ ପଡି ରହିଛି। ମିଲର୍ସ ପାଇଁ ନୂତନ ଟାର୍ଗେଟ ଆସିଲା ପରେ ଚାଷୀଙ୍କଠାରୁ ଧାନ କ୍ରୟ କରିବା ସମ୍ଭବ ବୋଲି  ମିଲର୍ସ ସୂଚନା ଦେଇଛନ୍ତି। ମିଲର୍ସ ନିକଟସ୍ଥ ମଣ୍ତିରୁ ଧାନ ଉଠାଇ ନେଇଛନ୍ତି । କିନ୍ତୁ ଦୁରଦୁରାନ୍ତରେ ଥିବା ସୀମାନ୍ତ ମଣ୍ତିରୁ ଧାନ ଉଠାଯାଇନାହିଁ । ଝାରବନ୍ଧ ବ୍ଲକ ସୀମାନ୍ତ ଡଭା ମାର୍କେଟ ୟାର୍ଡରେ ୫୮ହଜାର୯୯ବସ୍ତା, ଝାରବନ୍ଧରେ ୪୮ ହଜାର୧୮୫ ବସ୍ତା, ଅମଠୀରେ ୪୩ହଜାର, ପାଇକମାଲ ବ୍ଲକ ଧାରୋଲରେ ୪୭ହଜାର ୯୧୮, , ବାଦିକଟାରେ ୪୬ହଜାର ୨୨୩ ବସ୍ତା , ଲଖମରାରେ ୪୨ ହଜାର ୭୧୨ ବସ୍ତା ,ଗାଇସିଲେଟ ବ୍ଲକ ଡାଂଗବାହାଲରେ ୪୯ହଜାର୮୮୪ ବସ୍ତା   ଧାନ ଖୋଲା ଆକାଶ ତଳେ ପଡିଛି।କେତେକ ଚାଷୀମାନଂକର ସମୟସୀମା ସମାପ୍ତ ହେଉଛି ।୨୭ ତାରିଖ ସୁଦ୍ଧା ୨୯ହଜାର ୫୯୯ ଜଣ ଚାଷୀଂକ ଠାରୁ ୧୫ଲକ୍ଷ ୭୩ହଜାର ୧୨୩ ବସ୍ତା  ଧାନ କିଣା ସରିଛି। ଟୋକନ ସମସ୍ୟା,ଟାର୍ଗେଟ ସମୟ,ନିର୍ଦ୍ଧାରିତ ସମୟରେ ଟୋକନ ନ ଆସିବା ଆଦି ସମସ୍ୟା ଚାଷୀମାନଂକୁ ବିଚଳିତ କରିଦେଇଛି  ।ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁ ପ୍ରସାଦ ହରିପାଲ ଅଳ୍ପ ଦିନରେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଜଣାଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories