www.samajalive.in
Sunday, December 14, 2025
26.1 C
Bhubaneswar

ନୂଆ ଶିଖରରେ ସେନସେକ୍ସ-ନିଫ୍ଟି: ଭାଙ୍ଗିଲା ସବୁ ପୂର୍ବ ରେକର୍ଡ଼

ମୁମ୍ବାଇ: ଘରୋଇ ପୁଞ୍ଜି ବଜାର ସେନସେକ୍ସ ନୂଆ ଶିଖର ଛୁଇଁଛି । ପୂର୍ବର ସବୁ ରେକର୍ଡ଼ ଅତିକ୍ରମ କରି ସେନସେକ୍ସ ସୋମବାର ୪୭.୪୦୬.୭୨ ପଏଣ୍ଟର ସର୍ବକାଳୀନ ରେକର୍ଡ଼ ଦରଜ କରିଛି । ବିଏସଇ ସେନସେକ୍ସରେ ଆଜି ୪୩୩.୧୮ ପଏଣ୍ଟ ଅର୍ଥାତ୍ ୦.୯୨% ବୃଦ୍ଧି ପାଇଛି ।  ସେହିପରି ଏନଏସଇ ନିଫ୍ଟି ମଧ୍ୟ ୧୩୬.୦୫ ପଏଣ୍ଟ ବୃଦ୍ଧି ପାଇ ୧୩୮୮୫.୩୦ରେ ପହଞ୍ଚିଛି । ବ୍ୟାଙ୍କିଂ, ଆର୍ଥିକ ସେବା, ଅଟୋମୋବାଇଲ, ଧାତୁ ସଂକ୍ରାନ୍ତ ଅଂଶଧନ ବେଶ୍ ବୃଦ୍ଧି ପାଇଛି । ତେବେ ଅପରାହ୍ନରେ କାରବାର ଶେଷ ବେଳକୁ ସେନସେକ୍ସ ସାମାନ୍ୟ ନିମ୍ନଗାମୀ ହୋଇ ୪୭୩୫୩.୭୫ ପଏଣ୍ଟ ଓ ନିଫ୍ଟି ୧୩୮୭୩.୨୦ ପଏଣ୍ଟରେ ବନ୍ଦ ହୋଇଛି ।

ସୋମବାର  ଜେଏସଡବ୍ଲୁ ଷ୍ଟିଲ, ଟାଟା ମୋଟର୍ସ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ଟାଇଟାନ ଏବଂ ଏଚଡିଏଫସି ଲାଇଫର ସେୟାର ମୂଲ୍ୟ ୩.୨୦୫ରୁ ଆରମ୍ଭ କରି ୫.୮୩% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ  ବ୍ରିଟାନିଆ, ଶ୍ରୀ ସିମେଣ୍ଟ, ସିପଲା, ସନ୍ ଫାର୍ମା ଏବଂ ହିନ୍ଦୁସ୍ତାନ ୟୁନିଲିଭର ସେୟାର ମୂଲ୍କୟ ୦.୩୩ରୁ ହ.୪୭% ହ୍ରାସ ପାଇଛି

- Advertisement -

ଏନଏସଡ଼ିଏଲ୍ ତଥ୍ୟ ଅନୁସାରେ ଘରୋଇ ବଜାରରେ ବି​‌ଦେଶୀ ନିବେଶ ପୁଞ୍ଜି ବଜାରକୁ ସମୃଦ୍ଧ କରିଛି । କେବଳ ଚଳିତ ଡ଼ିସେମ୍ବରରେ ବିଦେଶୀ ନିବେଶକମାନେ ପୁଞ୍ଜିବଜାରରେ ୬୨୬୪୮ କୋଟି ଟଙ୍କା ନିବେଶ କରିଛନ୍ତି ଏବଂ ଏହାମଧ୍ୟରୁ କେବଳ ଇକ୍ବିଟିରେ ୫୬୬୪୩ କୋଟି ଟଙ୍କା ନିବେଶ ହୋଇଛି । ଗତ ୩ ମାସ ଧରି ଭାରତରେ ବିଦେଶୀ ନିବେଶକମାନେ ବେଶ୍ ମୋଟା ଅଙ୍କର ରାଶି ନିବେଶ କରିଛନ୍ତି । ସାଧାରଣତଃ ଡ଼ିସେମ୍ବର ମାସରେ ବିଦେଶୀ ପୁଞ୍ଜିନିବେଶ ଭାରତରେ ଦୁର୍ବଳ ରହିଥିବାର ପୂର୍ବ ରେକର୍ଡ଼ ମଧ୍ୟ ଚଳିତ ବର୍ଷ ଭାଙ୍ଗିଛି । ଚଳିତ ବର୍ଷ ଅକ୍ଟୋବର, ନଭେମ୍ବର ଓ ଡ଼ିସେମ୍ବର ମାସରେ ବିଦେଶୀ ନିବେଶ ପ୍ରଚୁର ହୋଇଛି ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories